Categories
ଆଜିର ଖବର ଖେଳ ଜାତୀୟ ଖବର

ଜର୍ସିରେ ‘ଟିମ୍ ଇଣ୍ଡିଆ’ ପରିବର୍ତ୍ତେ ‘ଟିମ୍‍ ଭାରତ’ ଲେଖାଯାଉ: ବୀରେନ୍ଦ୍ର ସେହୱାଗ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶ୍ରୀଲଙ୍କା ଗସ୍ତରେ ଥାଇ ଦଳ ଘୋଷଣା କରିଛନ୍ତି। ଏହା ସହ ବିସିସିଆଇ ମଧ୍ୟ ସୋସିଆଲ ମିଡିଆରେ ଦଳକୁ ସେୟାର କରିଛି। ଏଥିରେ ୨୦୨୩ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ରହିଛି। କିନ୍ତୁ ଭାରତୀୟ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ବିସିସିଆଇର ଏହି ଟୁଇଟ୍‍କୁ ପସନ୍ଦ କରିନାହାନ୍ତି।

ଜର୍ସିରେ ‘ଟିମ୍‍ ଭାରତ’ ଲେଖାଯାଉ

ଇଣ୍ଡିଆ ଓ ଭାରତ ନାମକୁ ନେଇ ଦେଶରେ ବିବାଦ ଲାଗି ରହିଛି। ଏହାକୁ ନେଇ ସମସ୍ତେ ନିଜ ନିଜର ମତାମତ ଦେଉଛନ୍ତି। ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ମଧ୍ୟ ଏଥିରେ ଡେଇଁ ପଡ଼ିଛନ୍ତି। ସେ ବିସିସିଆଇର ଟୁଇଟରେ ଲେଖିଛନ୍ତି- ଟିମ୍ ଇଣ୍ଡିଆ ନୁହେଁ। ଚଳିତ ବିଶ୍ୱକପ୍ରେ ଯେତେବେଳେ ଆମେ କୋହଲି, ରୋହିତ, ବୁମ୍ରା, ଜାଡ଼ୁଙ୍କୁ ଉତ୍ସାହିତ କରୁଛୁ, ଆଶା କରୁଛୁ ଆମ ହୃଦୟରେ ଭାରତ ଅଛି ଏବଂ ଖେଳାଳିମାନେ ଜର୍ସି ପିନ୍ଧିବେ ଯେଉଁଥିରେ ‘ଭାରତ’ ଲେଖାଥିବ।