Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ଧକ୍କାରେ ବୁଲେଟ୍ ଚାଳକଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ ଠିକ୍ ସେହି ସ୍ଥାନରେ ଶିକ୍ଷକ ଦମ୍ପତି ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତ୍ୟୁବରଣ କରିଥିବାବେଳେ ଗତକାଲି ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ସିଦ୍ଧାର୍ଥ ରାଓ ନାମକ ଜଣେ ଯୁବକ ନିଜ ଘରୁ ବାହାରି ଜାତୀୟ ରାଜପଥ ଉପରକୁ ଆସି ପୋକଡିବନ୍ଧ ପଟେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ଓ ଦୁର୍ଘଟଣାର ସମ୍ମୁଖିନ ଯୁବକକୁ ଗୁରୁତର ଅବସ୍ଥାରେ ଅଞ୍ଚଳ ବାସିନ୍ଦା ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡ଼ାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏହି ଭଳି ପରିସ୍ଥିତିରେ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ପ୍ରତିବାଦରେ ବହୁ ସମୟ ରାସ୍ତାରୋକ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।