Categories
ଆଜିର ଖବର ରାଜ୍ୟ ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଆଜି ପ୍ରଭାବିତ ହେବ ଟ୍ରେନ ସେବା

ଭୁବନେଶ୍ଵର: କ୍ରସ-ଓଭର ସଂଶୋଧନ ସଂପର୍କରେ ସମ୍ବଲପୁର-ଝାରସୁଗୁଡା ରେଳ ସେକ୍ସନର ବୃନ୍ଦାମାଲ ରେଳ ଷ୍ଟେସନ ୟାର୍ଡ଼ରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ ସେବା ପ୍ରଭାବିତ ହେବ।

ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ ହେବ, ଆଂଶିକ ବାତିଲ ହେବ ଏବଂ ନିମ୍ନଲିଖିତ ଅନୁଯାୟୀ ସମୟରେ ସାମୟିକ ପରିବର୍ତ୍ତନ ହେବ …

18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 27.07.2023 (ଗୁରୁବାର) ଦିନ ବାତିଲ୍ ରହିବ।

08263/08264 ଟିଟିଲାଗଡ-ବିଲାସପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 27.07.2023 (ଗୁରୁବାର) ଦିନ ଟିଟିଲାଗଡ ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବିଳାସପୁର ମଧ୍ୟରେ ବାତିଲ ରହିବ।

12880 ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ତା 27.07.2023 ରିଖ (ଗୁରୁବାର) ଦିନ ସକାଳ 07ଘ.20ମି. ପରିବର୍ତ୍ତେ 09ଘ.50ମି. ରେ ଛାଡିବ।

22861 ହାଓଡ଼ା-କଣ୍ଟାବାଞ୍ଜି ଏକ୍ସପ୍ରେସ ହାଓଡ଼ା ଠାରୁ ତା 27.07.2023 ରିଖ (ଗୁରୁବାର) ଦିନ ସକାଳ 06ଘ.35ମି. ପରିବର୍ତ୍ତେ 07ଘ.35ମି. ରେ ଛାଡିବ।