Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧୀକ ଟଙ୍କାର କଳା ମୁଗୁନି ପଥର ଚୋରା ଚାଲାଣ ବେଳେ ଚଢାଉ: ୭ ଟି ହାଇୱା ଗାଡିକୁ ଜବତ କଲେ ଟାଙ୍ଗୀ ତହସିଲଦାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ବୃଷବନ୍ଧ ପାହାଡରେ ମାଫିଆମାନେ ବେଆଇନ ପଥର କାରବାର ଜାରି ରଖିଛନ୍ତି। ସରକାରୀ ଆଇନ୍ କାନୁନକୁ ବେଖାତିର କରି ସେମାନେ ନିଜ ନିଜର ବେଆଇନ ପଥର କାରାବରରେ ଲାଗିପଡିଛନ୍ତି। ବେଆଇନ ଭାବେ ବ୍ଲାଷ୍ଟି କରି କଳା ମୁଗୁନି ପଥରକୁ ମାଫିଆମାନେ ଚଢା ଦରରେ ଚୋରା ଚାଲାଣ କରୁଛନ୍ତି। ଯେଉଁଥିରେ ମଫିଆମାନେ ଲକ୍ଷ ଲକ୍ଷ ଟଙ୍କା କମାଇଚାଲିଛନ୍ତି। ଯାହାଫଳରେ ସରକାରୀ ରାଜସ୍ୱ ହାନି ହେଉଛି।

ତେବେ ଆଜି ବୃଷବନ୍ଧ ପାହାଡର ୩ ନଂ ଖଣିରେ ବେଆଇନ କାରବାର ଚାଲିଥିବା ନେଇ ଟାଙ୍ଗୀ ତହସିଲ ପ୍ରଶାସନ ଖବର ପାଇଥିଲା। ଏହାପରେ ଟାଙ୍ଗୀ ପୋଲିସ୍ ସହାୟତାରେ ଟାଙ୍ଗୀ ତହସିଲ ପ୍ରଶାସନ ଉକ୍ତ ଖଣିରେ ଚଢାଉ କରିଥିଲା। ଚଢାଉ ସମୟରେ ଚୋରା ଚାଲାଣ ହେବାକୁ ଥିବା କଳା ମୁଗୁନି ପଥର ବୋଝେଇ ୭ ଟି ହାଇୱା ଗାଡିକୁ ପ୍ରଶାସନ ଜଵତ କରିଛି। ଗୋଟିଏ ଗୋଟିଏ କଳା ମୁଗୁନି ପଥର ବୋଝେଇ ଗାଡିର ମୂଲ୍ୟ ଲକ୍ଷାଧୀକ ଟଙ୍କା ବୋଲି ଜଣା ପଡିଛି। ଉକ୍ତ ଚଢାଉରେ ଟାଙ୍ଗୀ ତହସିଲ ଦାର ସ୍ମୁତି ରଂଜନ ଶତପଥୀ, ଅତିରିକ୍ତ ତହସିଲ ଦାର ଶରତ ଦେହୁରୀ ଓ ସ୍ଥାନୀୟ ପୋଲିସ୍ ସାମିଲ ଥିଲେ।