Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲାପାଳଙ୍କ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟେଙ୍ଗା ଗୋଶାଳା ପରିଦର୍ଶନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ନେଟେଙ୍ଗା ଗ୍ରାମରେ ଅବସ୍ଥିତ ଗୋଶାଳା ପରିଦର୍ଶନ କରିଥିଲେ ଓ ଗୋଶାଳା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହିତ ଅନୁଷ୍ଠାନର ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ଏଠାରୁ ଉତ୍ପାଦନ ସାମଗ୍ରୀ ବ୍ୟବସାୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ଏକ କୋଟି ଟଙ୍କାରେ ନିର୍ମିତ ଏହି ଗୋଶାଳାରେ ଏକ ଶହ ଗାଇ ଓ ବଳଦ ରହିବାର ବ୍ୟବସ୍ଥା ହୋଇଛି। ଉକ୍ତ ପ୍ରକଳ୍ପର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ଓ ଏହି ପ୍ରକଳ୍ପ ଦୁଗ୍ଧ ଚାଷୀଙ୍କର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହେବ ବୋଲି ଉଭୟ ଅଧିକାରୀ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଡ଼ିଓ ରୋଷନ ଶତପଥୀ, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଆଲୋଚନା କରିଥିଲେ ଓ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଗୋଶାଳାକୁ ଅଞ୍ଚଳର ଚାଷୀମାନଙ୍କୁ ସମର୍ପିତ କରାଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି।