Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଫେଇ କର୍ମଚାରୀଙ୍କୁ ବୋମାମାଡ଼ ମାମଲା: ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ମାଲୁ ମହାନ୍ତି ନାମକ ଜଣେ ସଫେଇ କର୍ମଚାରୀଙ୍କୁ ବୋମାମାଡ ହୋଇଥିଲା। ହେଲେ ଫେରାର ହୋଇ ଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଘଟଣାରୁ ପ୍ରକାଶ ବଡ଼ବଜାର ଅଞ୍ଚଳର ଡି ଅରୁଣ ରେଡି ଓ ଆହତ ମାଲୁ ମଧ୍ୟରେ କୌଣସି କାରଣରୁ ଶତ୍ରୁତା ଥିଲା। ଘଟଣା ଦିନ ମାଲୁଙ୍କୁ ରାସ୍ତାରୁ ହଟିବା ପାଇଁ ସେ ନିଜ ଘର ପାଖରେ ଥିବା ବେଳେ ଅରୁଣ ତାଙ୍କ ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲା। ସୌଭାଗ୍ୟ ବଶତଃ ବୋମାଟି ମାଲୁଙ୍କ ଗୋଡ଼ ପାଖରେ ପଡି ଫୁଟିଯାଇଥିଲା। ଫଳରେ ମାଲୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ମୁଖ୍ୟ ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।