Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ବାରା ଧରାପଡ଼ି ଫୁଲବାଣୀ ଥାନାରେ ଅଟକ ଅଛନ୍ତି।

ଘଟଣାରୁ ପ୍ରକାଶ ଯେ, ମହାନଦୀ ସୁରୁଣ୍ଡି ବାଲିଘାଟର ଲିଜ୍ ଧାରୀ ଶରତ ବେହେରାଙ୍କୁ ଥାନା ଅଧିକାରୀ ପୁଷ୍ପଲତା କୌଣସି କାରଣରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତଦନୁଯାୟୀ ଶରତ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଅବଗତ କରାଇବା ପରେ ବିଭାଗ ପକ୍ଷରୁ ଆଜି ଶରତଙ୍କ ଠାରୁ ଥାନା ଅଧିକାରୀ ନଗଦ ଏକ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲାବେଳେ ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରି ଥାନା ଅଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଏକ ମକଦ୍ଦମା ରୁଜୁ କରି ଫୁଲବାଣୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।