Categories
ବିଶେଷ ଖବର

୫ଟି ସଚିବଙ୍କ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ: ପନ୍ଦର ଦିନରେ ମାଷ୍ଟର ପ୍ଳାନ ପ୍ରସ୍ତୁତ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଆଜି ଥିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିରରେ ମାଆଙ୍କ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ପରେ ୫ଟି ସଚିବ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।

ବୁଢୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର। ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଆସିଥାନ୍ତି। ତେଣୁ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବାକୁ ସ୍ଥିର କରାଯାଇଥିଲା।

ଏ ସମ୍ପର୍କରେ ପନ୍ଦର ଦିନ ରେ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର୍ ମେୟର ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାଲ ସାର୍ଟିଫିକେଟ ମାମଲା: ବାଲୁଗାଁରୁ ମାଷ୍ଟରମାଇଣ୍ଡଙ୍କୁ ଧରିଲା ଗୋଶାଣି ନୂଆଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାଲ ସାର୍ଟିଫିକେଟ ଦେଉଥିବା ମାମଲାରେ ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ପୋଲିସ କରିଛି। ଗତକାଲି ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ ଉଠାଇନେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା। ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ।

ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି।  ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗରରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀଙ୍କୁ ଗିରଫ କରିଥିଲେ।

ତେବେ ଉକ୍ତ ରାକେଟରେ ସମ୍ପୃକ୍ତ ଥିବା ଦୈତାରୀଙ୍କ ପୁଅଙ୍କ ସମେତ ସମୁଦାୟ ଚାରି ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇଥିବା ଜଣାପଡିଛି। ଜାଲ ସାର୍ଟିଫିକେଟର ଚେର ବାଲୁଗାଁ ପର୍ଯ୍ୟନ୍ତ ମାଡିଥିବା ବେଳେ ବାଣପୁର-ବାଲୁଗାଁ ଅଞ୍ଚଳରେ ନିଶ୍ଚିତ ଭାବେ ଏକାଧିକ ଦଲାଲ ଉକ୍ତ ଅପରାଧରେ ସାମିଲ ଥିବେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଏସପି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଜାତୀୟ ରାଜପଥ ୧୬ ପୋକଡିବନ୍ଧ ଛକରେ ସେହି ଅଞ୍ଚଳର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ କୌଣସି ଏକ ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଏତିକି ବେଳେ ଗୋପାଳପୁର ଥାନା ପାଟ୍ରୋଲିଂ ସେହି ରାସ୍ତାରେ ଯାଉଥିବା ବେଳେ ଆହତ ଯୁବକଙ୍କୁ ଉଠାଇ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

କିନ୍ତୁ ଦାୟିତ୍ଵରେ ଥିବା ଡ଼ାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ସୌଭାଗ୍ୟ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗ ଅନୁଯାୟୀ ଏତଲା ନଂ ୧୨୦/୨୩ ଅନୁଯାୟୀ ମାମଲା ରୁଜୁ କରି ଗୋପାଳପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦଣ୍ଡନାଚରେ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ନେଇ କ୍ଷୋଭ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଭିନ୍ନ ଦଣ୍ଡନାଚ ଦଳରେ ଚାଲିଥିବା ଅପସଂସ୍କୃତି ବିରୋଧରେ ରେଶମ ନଗରୀ ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସାଧାରଣ ନାଗରିକ ଓ ବୁଦ୍ଧିଜିବୀ ମହଲରୁ ପ୍ରକାଶ ଯେ ଦିନ ଥିଲା ଏହି ଦଣ୍ଡନାଚ ଜରିଆରେ ଆଧ୍ୟାତ୍ମିକ ମନୋଭାବ, ଚାଷ କାର୍ଯ୍ୟ ଜନିତ ଜ୍ଞାନ ଅର୍ଜ୍ଜନ, ରାମାୟଣ, ମହାଭାରତ, ଶିବ ପାର୍ବତୀ, କାଳୀ, ଲକ୍ଷ୍ମୀ ନାରାୟଣ ପୁରାଣ ଓ ଚଢ଼େଇଆ ନାଚ ବିଷୟରେ ବିସ୍ତୃତ ଜ୍ଞାନ ଆରୋହଣ କରୁଥିଲେ।

ବର୍ତ୍ତମାନ ଏହି କିଛି ବର୍ଷ ହେଲା ବିଭିନ୍ନ ନାଟ, ଥିଏଟର ଓ ଅପେରା ପ୍ରଚଳନ ଫଳରେ ଅପସଂସ୍କୃତି, ଅଶ୍ଳୀଳ ସଙ୍ଗୀତ, ଝିଅ, ମହିଳା ଓ କିନ୍ନର ମାନଙ୍କ ଦ୍ଵାରା ନଗ୍ନ ନାଚକୁ ପ୍ରାଧାନ୍ୟ ଦିଆଯାଇଛି। ଯ’ଦ୍ଵାରା ଧର୍ମାବଲମ୍ବୀ ମହିଳା ମାନେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଉଚିତ ମଣୁନାହାନ୍ତି। ଇତ୍ୟବସରରେ କିଛି ବୁଦ୍ଧିଜୀବିଗଣ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଅନ୍ୟ ପକ୍ଷରେ ଦଣ୍ଡ ନାଚ ମହାସଙ୍ଘ ସଭାପତି ଶିବରାମ ପ୍ରଧାନ ଦଣ୍ଡ ନାଚରେ ଏହିଭଳି ଅଶ୍ଳୀଳ ସଙ୍ଗୀତ, ନଗ୍ନ ନୃତ୍ୟ ସହ ଅପସଂସ୍କୃତିକୁ ବିରୋଧ କରି ବୟାନ ଦେଇଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାର ଘଟ ପରିକ୍ରମା ଆରମ୍ଭ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ଠାରୁ ମାଁ ବୁଢ଼ୀ ଠାକୁରାଣୀଙ୍କ ଘଟ ପରିକ୍ରମା ଆରମ୍ଭ ହୋଇଛି। ଆଦି ମାଁ ଙ୍କ ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜାଙ୍କ ଘରେ ଭୋଗ ଲାଗି ହେବା ପରେ ଗୁଡ଼ ବଜାର, ଯେନା ସାହି ଶଙ୍କର ପୁର ସାହି, ସିତାରାମ ସାହି, ପନ୍ଦରା ସାହି ରାଜା ସାହି, କେଉଟ ସାହି ଇତ୍ୟାଦି ପରିକ୍ରମା କରି ଉକ୍ତ ସାହିର ବିଭିନ୍ନ ଘରେ ଆଳତି, ବନ୍ଦାପନା ସମେତ ଭୋଗ ପ୍ରସାଦ ଗ୍ରହଣ କରି ପୁଣି ଅସ୍ଥାୟୀ ପୀଠକୁ ମାଁ ଫେରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ବଡ ଡାକ୍ତରଖାନା ସୁପରଷ୍ପେଶାଲିଷ୍ଟ୍ କୋଠା ଅଘଟଣ, ଅନୁଧ୍ୟାନ କଲେ ମୁଖ୍ୟଯନ୍ତ୍ରୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜନସାଧାରଣ ସର୍ବଦା ନିର୍ଭର କରୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନା ଏମ୍ କେ ସି ଜି ରେ ନବନିର୍ମିତ ସୁପରଷ୍ପେଶାଲିଷ୍ଟ୍ କୋଠା ଆରମ୍ଭ ହେବା ଦିନ ଠାରୁ କିଛି ନା କିଛି ଅଘଟଣ ଘଟୁଛି। ବିଶେଷ କରି ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଯାହାଫଳରେ କେବେ ପୋଲସରା ଖସୁଛି ତ କେବେ ସିଲିଙ୍ଗ୍ ଖସି ଯାଉଥିବା କୁହାଯାଉଛି।

ଏହି ଦୁଇ ଦିନ ତଳେ ଉକ୍ତ କୋଠାର ଶଲ୍ୟ ବିଭାଗର ସିଲିଙ୍ଗ୍ ଖସି ଯାଇଥିଲା। ଏମିତି ଅନେକ ଥର ଏହି ଭଳି ଘଟଣା ପରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଏହି ଭଳି ସମସ୍ୟା କାରଣ ବିଷୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅନୁଧ୍ୟାନ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଆରମ୍ଭ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଜଜ୍ ଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଗଂଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବହୁ ବର୍ଷ ହେଲା ଦାବି ହୋଇ ଆସୁଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଆରମ୍ଭ ହୋଇ ପ୍ରଥମ ଥର ପାଇଁ ସଫଳତାର ସହ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯ’ଦ୍ଵାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ହାଇୱ। ଧକ୍କାରେ ଯୁବକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ କୁକୁଡାଖଣ୍ଡି ଗ୍ରାମର ସଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ପିତ୍ତଳ ଛକରେ ଆସ୍କା ପଟୁ ଆସୁଥିବା ଏକ ହାଇୱ। ଟ୍ରକ୍ ମୃତ ସଞ୍ଜୟଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ ଘଟିଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁର: ନିଖୋଜ ଯୁବକର ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଶାସନ ଗ୍ରାମ ପଞ୍ଚାୟତ ଲୁଣିପଡା ଶାସନ ଗ୍ରାମର ରବିନ୍ଦ୍ର ଗୌଡ଼ଙ୍କ ପୁଅ ସୁନୀଲ ଗୌଡ଼ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପିତାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଗ୍ରାମର ଜଣେ ଗାଇ ଚରାଳି ଗ୍ରାମ ନିକଟସ୍ଥ ନୁଆଁ ନାଳ କେନାଲ ପାଖରେ ଏକ ଶବ ପଡିଥିବାର ଦେଖି ଗ୍ରାମରେ ଜଣାଇଥିଲେ। ଗ୍ରାମବାସୀ ଯାଇ ଦେଖିଲେ ଯେ, ଉକ୍ତ ଶବ ସୁନୀଲର ଓ ଗାଙ୍ଗପୁର ଥାନାକୁ ଖବର କରିବା ପରେ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଓ ପ୍ରତିମୁର୍ତ୍ତି ଉନ୍ମୋଚିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ ହୋଇଛି ଓ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ୧୨ ଉଚ୍ଚତା ବିଶିଷ୍ଟ ଆଇଟିଆଇ ଛାତ୍ରମାନଙ୍କ ଦ୍ଵାରା ନିର୍ମିତ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ ହୋଇଛି।

ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ବିଜେଡି ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ, କର୍ମକର୍ତ୍ତା ଓ ପୌର କର୍ପୋରେଟର ମାନେ ଯୋଗ ଦେଇ ଦିବଙ୍ଗତ ନେତା ବିଜୁ ବାବୁଙ୍କ ଗୁଣାବଳୀ ଗାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାପାଳଙ୍କ ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ।

ଏହି ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୮ ଟି ଅଭିଯୋଗ ଆବେଦନ ମଧ୍ୟରୁ ୮୦ ଟି ବ୍ୟକ୍ତିଗତ, ୭ ଟି ସାମୁହିକ ତଥା ଗ୍ରାମ ଭିତ୍ତିକ ଅଭିଯୋଗ ଥିଲା। ମୋଟ ୮୨ ଟି ଅଭିଯୋଗ ଫଇସଲା ବେଳେ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ବିଶେଷକରି ଆଜିର ଶୁଣାଣି ବେଳେ ଭତ୍ତା, ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, କୃଷି ଜମି ପଟ୍ଟା ବଣ୍ଟନ, ରାସ୍ତାଘାଟର ଉନ୍ନତି, ରାସନ୍ କାର୍ଡ ଓ ଜିନିଷ ବଣ୍ଟନ, ଗୃହ ନିର୍ମାଣ ଓ ମନାରେଗା ବିଷୟରେ ଜନସାଧାରଣଙ୍କ ଅଭିଯୋଗ ଆସିଥିଲା ଓ ଏହି ଯୁଗ୍ମ ଶୁଣାଣିର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ପ୍ରାତଃ ଭ୍ରମଣ ସଂଗଠନ ତରଫରୁ ବ୍ରହ୍ମପୁର ସହର ନୀଳକଣ୍ଠ ମନ୍ଦିର ନିକଟ ହରିହର ଭେଟ ମନ୍ଦିର ଠାରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଡଃ ନକୁଳ ସାହୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବାତ, ପିତ୍ତ, କଫ, ରକ୍ତଚାପ, ରକ୍ତଶର୍କରା, ଅମ୍ଳପିତ୍ତ, ସ୍ନାୟୁ, ସ୍ତ୍ରୀ ଓ ପ୍ରସୂତି ରୋଗ ନିଦାନ ଚିକିତ୍ସା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ।

ଏତଦବ୍ୟତୀତ ଚଳିତ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ସଚେତନ କରାଇଥିଲେ। ଅନୁଷ୍ଠିତ ସେବା କାର୍ଯ୍ୟକ୍ରମକୁ ଜୟନ୍ତୀ ଲାଲ୍, ନରସିଂହ ଚୌହାନ, ଶ୍ରୀନିବାସ ରାଓ ପ୍ରଶାନ୍ତ ପରିଡ଼ା ଓ ଗଣେଶ ପରିଚ୍ଛା ଙ୍କ ସମେତ ମନ୍ଦିର କମିଟି ସଦସ୍ୟ ଗଣ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ୪୦୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଇନିଷ୍ପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ମହୁରୀ କାଳୁଆ ଛକରେ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଚାଳକ ଗାଡ଼ି ଛାଡ଼ି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଥିଲେ ଓ ଗାଡି ଯାଞ୍ଚ ବେଳେ ସେଥିରେ ରସୁଣ ବସ୍ତା ମଧ୍ୟରେ ବହୁ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରିଥିଲେ। ଦୁଇ ଚାଲାଣକାରୀ ପାଟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ ଓ ରାଧାକାନ୍ତ ସାହୁକୁ ଅଟକ ରଖି ଅବକାରୀ ବିଭାଗ ଜେରା ଚଳାଇଥିବା ଜଣାପଡିଛି।

Categories
ଆଞ୍ଚଳିକ ବ୍ୟବସାୟ

ବ୍ରହ୍ମପୁର: ବଡ଼ବଜାର ପରିବା ବ୍ୟବସାୟୀ କର୍ମକର୍ତ୍ତା ଚୟନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ପରିବା ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଇତ୍ୟବସରରେ ଅଧିକାଂଶ ବ୍ୟବସାୟୀ ଯୋଗ ଦେଇ ସଂଘର ଆଭିମୁଖ୍ୟ ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ କର୍ମକର୍ତ୍ତା ଚୟନ ହୋଇଥିଲା।

ସର୍ବସମ୍ମତିକ୍ରମେ ଶଙ୍କର ରାଉତ ସଭାପତି, ଶୁଶାନ୍ତ ମହାରଣା ଉପସଭାପତି, ସିମାଞ୍ଚଳ ପାଢୀ ସମ୍ପାଦକ ଓ ଶଙ୍କର୍ଷଣ ସାହୁ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଅନ୍ୟ ବ୍ୟବସାୟୀମାନଙ୍କୁ ଚୟନ କରାଯାଇଛି।

Categories
ଆଞ୍ଚଳିକ

ବ୍ରହ୍ମପୁର: ବ୍ରାଉନ ସୁଗାର ସହ ଦମ୍ପତି ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି। ପୁର୍ବ ସୂଚନା ପାଇ ଗୋପାଳପୁର ରାସ୍ତା ପଥରା ଛକରେ ଅବକାରୀ ବିଭାଗ ଜଗି  ବସିଥିଲେ। ସେଠାରେ ବିକ୍ରି ପାଇଁ ଅପେକ୍ଷା କରିଥିବା ଦୁଇ ଦମ୍ପତି ସୁମନ ବାହାଦୁର ଓ ପତ୍ନୀ ଭାନୁ ବାହାଦୁରଙ୍କୁ ଅବକାରୀ ବିଭାଗ ମାଡି ବସିଥିଲା। ସେମାନଙ୍କ ଠାରୁ ୯ ଗ୍ରାମର ବ୍ରାଉନ ସୁଗାର ଜବତ୍ କରିବା ସହ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ସିରିଜ୍ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବଡ଼ବଜାର ଥାନା, ନିମଖଣ୍ଡି ଥାନା ଓ ଗୋଳନ୍ଥରା ଥାନା ଅଞ୍ଚଳରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଚୋରି ଘଟଣାରେ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ବ୍ରହ୍ମପୁର ପୋଲିସ ସଫଳତା ହାସଲ କରିଛି।

ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଜନୈକ ବ୍ୟବସାୟୀଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ବଡ଼ବଜାର ଥାନାରେ ୧୭/୨୩ ଅନୁଯାୟୀ ମାମଲା ରୁଜୁ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଡଃ ଅମୁଲ୍ୟ ମିଶ୍ରଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ନିମଖଣ୍ଡି ଥାନାରେ ୩୭/୨୩ ଅନୁଯାୟୀ ମାମଲା, ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦି ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ତାଲାବନ୍ଦ ଘରୁ ଚୋରି ଅଭିଯୋଗରେ ୫୮/୨୩ ଓ ବାଲିଆ ସାହିର କେ ଦମୟନ୍ତୀଙ୍କ ଘରୁ ଚୋରି ଅଭିଯୋଗରେ ୮୦/୨୩ ଅନୁଯାୟୀ ମାମଲା ରୁଜୁ ହେବା ପରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ନେତ୍ରୁତ୍ବରେ ବିଭିନ୍ନ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।

ଏହି ଟିମ୍ ସବୁ ଚୋରି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ସଦର ଥାନା ବାଲିପଡା ଗ୍ରାମର ଏସ୍ ସନ୍ତୋଷ, ଟି ଭଜନ ଓ ଟି ଦିଲିପକୁ ଉଠାଇ ଆଣି ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ଉକ୍ତ ୪ ଟି ଚୋରି ଘଟଣାରେ ଲୁଟ୍ ହୋଇଥିବା ସୁନା ଓ ରୂପା ଅଳଂକାର ଜବତ କରିଛନ୍ତିି ଓ ଜବତ୍ ଅଳଙ୍କାର ମଧ୍ୟରେ୨୬୫ ଗ୍ରାମ ସୁନା ଓ ୩୫୦ ଗ୍ରାମ ରୁପା ପୋଲିସ ର ହସ୍ତଗତ ହୋଇଛି।

ଉଦ୍ଧାର ହୋଇଥିବା ସବୁ ଅଳଙ୍କାର ଗୁଡ଼ିକ ପ୍ରକ୍ରୁତ ମାଲିକଙ୍କୁ ଫେରସ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜାଲ ସାର୍ଟିଫିକଟ ଦେବା ମାମଲା, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଧର୍ମନଗର ସ୍ଥିତ ଏସଏକ୍ସ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜାଲ ସାର୍ଟିଫିକଟ ଦେବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପୃଷ୍ଟିଙ୍କୁ ଟାଉନ ଥାନା ପୁଲିସ କାବୁ କରିଛି। ପ୍ରକାଶ ଥାଉକି ଅଭିଯୁକ୍ତ ସୁଶାନ୍ତ ପୃଷ୍ଟି ଓ ଲମ୍ବୋଦର ମହାନ୍ତି ନାମରେ ଦୁଇ ଜଣ ଉକ୍ତ ସ୍କୁଲ ଆରମ୍ଭ କରିଥିଲେ ଓ ସିବିଏସଇ କୋର୍ସ୍ ରେ ପାଠ ପଢାଇ ପ୍ରମାଣ ପତ୍ର ଦେବାର ପ୍ରତିଶୃତି ଦେଇ ଥିବାରୁ ବହୁତ ପିଲା ଉକ୍ତ ଅନୁଷ୍ଠାନରେ ପାଠପଢ଼ା ପାଇଁ ନାମ ଲେଖାଇଥିଲେ। ଏହି ସୁଯୋଗରେ ଉକ୍ତ ବ୍ୟକ୍ତି ଦ୍ବୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଦ୍ୟାଳୟ ଓ କର୍ଣ୍ଣାଟକ ବୋର୍ଡର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଯାହା ଫଳରେ ଅନିତା ମହାନ୍ତି ନାମକ ଜଣେ ମହିଳା ଅଭିଭାବକ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଟାଉନ ଥାନାରେ ଉକ୍ତ ବ୍ୟକ୍ତି ଦ୍ବୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତ ଲମ୍ବୋଦର ମହାନ୍ତି କିଛି ଦିନ ଫେରାର ହୋଇ ଆଗୁଆ ଜାମିନ ପାଇଁ ଉଚ୍ଚ ଅଦାଲତରେ ଆବେଦନ କରିଥିଲେ ଓ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସେ ବ୍ରହ୍ମପୁର ଏସ୍ ଡି ଜେ ଏମ୍ ଅଦାଲତରେ ଆତ୍ମ ସମର୍ପଣ କରି ଜାମିନ ରେ ମୁକୁଳିଥିଲେ।

କିନ୍ତୁ ସୁଶାନ୍ତ ପୃଷ୍ଟି ଘଟଣା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନରେ ଆସିଥିଲେ। ପରବର୍ତ୍ତୀ ସମୟରେ ପୁଣି ଉଚ୍ଚ ନ୍ୟାୟାଳୟର ଜାମିନ ନାମଞ୍ଜୁର ହେବା ଦିନ ଠାରୁ ସେ ଫେରାର ଥିଲେ ଓ ପୋଲିସ ବୁଧବାର ଇଞ୍ଜିନିୟରିଂ ସ୍କୁଲ ଛକରୁ କାବୁ କରି ଥାନା କୁ ଆଣି ପଚରାଉଚରା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଏସବିଆଇ ଏଟିଏମ ମେସିନ ଭାଙ୍ଗି ୯ ଲକ୍ଷରୁ ଊର୍ଦ୍ଧ୍ଵ ଲୁଟ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଛକରେ ଥିବା ଏସବିଆଇ ଏଟିଏମ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ୯ ଲକ୍ଷ ଟଙ୍କାରୁ ଅଧିକ ଲୁଟ କରିଥିବା ଜଣାପଡିଛି।

ପ୍ରକାଶ ଥାଉକି ଗତ ଗୁରୁବାର ବିଳମ୍ବିତ ରାତ୍ରରେ କିଛି ଦୁର୍ବୃତ୍ତ ଗ୍ୟାସ କଟର ଜରିଆରେ ଉକ୍ତ ମେସିନକୁ କାଟି ଲୁଟ୍ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଖବର ପାଇ ପୁରୁଷୋତ୍ତମ ପୁର ଏସଡିପିଓ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଧରି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
MahaShivratri 2023 ଆଜିର ଖବର ଧର୍ମ ରାଜ୍ୟ ଖବର

ଓଡିଶାରେ ରହିଛି ଜଳାଶୟ ଭିତରେ ମହାଦେବଙ୍କ ୩୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ଅନନ୍ୟ ସ୍ଥଳ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନ ଆଜି ଲୋକଙ୍କୁ କରିଛି ଆକୃଷ୍ଟ।

୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ବଡ ଡାକ୍ତରଖାନା, ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି

କୈଳାଶ ଚନ୍ଦ୍ର ଚୌଧୁରୀ 

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହରରେ ଅବସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଅବସ୍ଥା ସାଙ୍ଘାତିକ ହୋଇପଡିଛି। ଡାକ୍ତରଖାନା ପରିସରରେ ଅବସ୍ଥିତ ସୁପର ସ୍ପେଷାଲିଷ୍ଟ୍ କୋଠାର ଦ୍ଵିତୀୟ ମହଲା ଲିଫ୍ଟ ନିକଟସ୍ଥ ଅସ୍ଥି ଶଲ୍ୟ ଚିକିତ୍ସା ବିଭାଗ ପାଖରେ ପାଣି ଜମି ରହୁଛି। ଯ’ ଦ୍ଵାରା ଦୂଷିତ ପରିବେଶ ମଧ୍ୟରେ ରୋଗୀ ଓ ସାଧାରଣ ଜନତା ସ୍ବାସ୍ଥ୍ୟ ଗତ ସମସ୍ୟା ଭୋଗ କରୁଛନ୍ତି। ଯାହା କି ପରିଚାଳନା ଗତ ତ୍ରୁଟି ଓ ମନୁଷ୍ୟକୃତ ଅଟେ।

ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ନାହିଁ। ଏହି ଭଳି ପରିସ୍ଥିତିରେ ସଚେତନ ନାଗରିକ ମାନେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।