Categories
ଅପରାଧ ଆଞ୍ଚଳିକ

ଭୁବନେଶ୍ବରର ମହିଳା କର୍ପୋରେଟରଙ୍କ ଭାଇଙ୍କୁ ଆକ୍ରମଣ

ଭୁବନେଶ୍ବର: ବିଏମସି ୫୮ ନମ୍ବର ୱାର୍ଡର କର୍ପୋରେଟର ଆଡ଼ଭୋକେଟ ନମିତା ମହାପାତ୍ରଙ୍କ ଭାଇ ମଳୟ ମହାପାତ୍ରଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଆଜି ଦିନ ୧୨.୩୦ ସମୟରେ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଏହି ଆକ୍ରମଣ କରାଯାଇଛି।

ମଳୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ବାରକୁ ଅବଗତ କରାଯାଇଛି। ଏ ନେଇ ବରଗଡ ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ କାରଣ କଣ ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ପାଇଁ ପତ୍ର ଲେଖିଲା ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ

ଭୁବନେଶ୍ବର, ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଅନଲାଇନ ଯୋଗେ ଚିଠି କରାଯାଇଛି। ମନ୍ଦିର ଟ୍ରଷ୍ଟି ମଳୟ କୁମାର ମହାପାତ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସଂସ୍କୃତିମନ୍ତ୍ରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏଏସଆଇର ମଣ୍ଡଳ ଅଧିକ୍ଷକଙ୍କୁ ଏନଏମଏର ବାଇ ଲ’ ପ୍ରତ୍ୟାହୃତ ପାଇଁ ଦାବି କରି ଚିଠି କରାଯାଇଛି। ଏହା ପ୍ରତ୍ୟାହୁତ ହେଲେ ଅଗଣିତ ସେବାୟତ ପରିବାର ଓ ମନ୍ଦିର ନିକଟରେ ଜମି କିଣିଥିବା ସାଧାରଣ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି।