Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲ ଭିତରୁ ବ୍ରାଉନସୁଗାର ନେଟୱର୍କ ଘଟଣା: ପୁଣି ୯ ମୋବାଇଲ ଜବତ, ୭ ଗିରଫ

ଖୋର୍ଦ୍ଧା: ଜେଲ ଭିତରୁ ବ୍ରାଉନସୁଗାରର ନେଟୱର୍କ ଚାଲିଥିଲା। ମୋବାଇଲରେ ଅପରେଟିଂ ହେଉଥିଲା ଧଳା ଜହରର ବେପାର। ଜେଲ ଭିତରୁ ଏକ ମୋବାଇଲ ଧରପଡିବା ପରେ ପୁରା ଘଟଣାର ପର୍ଦ୍ଦାଫସ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତ ୫ ତାରିଖରେ ସେମାନଙ୍କୁ ହେପାଜତକୁ ଆଣି ପଚରାଉଚରା ପରେ ୬ ତାରିଖରେ ପୁଣି ଜେଲ ଭିତରୁ ୯ ଟି ମୋବାଇଲକୁ ପୋଲିସ ଜବତ କରିଥିଲା।

ବାହାରେ ରହି ଅପରେଟିଂ କରୁଥିବା ୭ ଜଣଙ୍କୁ ପୋଲିସ ଗିରଫ କଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ, ମିକି ରହି ଚଳାଉଥିଲେ ସମ୍ପୂର୍ଣ୍ଣ ଧଳା ଜହରର ସାମ୍ରାଜ୍ୟ। ସେମାନଙ୍କ ଠାରୁ ସମୁଦାୟ ୨୦ ଟି ମୋବାଇଲକୁ ଜବତ କରିଛି ଖୋର୍ଦ୍ଧା ପୋଲିସ।

ଗିରଫ ୭ ଜଣ ମଧ୍ୟରେ କାଳୁ ଚରଣ ଭୁଇଁଆ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠି, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାୟକ, ଏସ ଏକ୍ରମ, ଅମିତ ସାହୁ ଙ୍କୁ ଜିରଫ କରିଛି ପୋଲିସ। କାଳୁ ଚରଣ ଭୁଇଁଆ ପୋଲସରା ଅଂଚଳର ହୋଇଥିବା ବେଳେ ଅନ୍ୟ ସମସ୍ତେ ଖୋର୍ଦ୍ଧା ଅଂଚଳର। ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି। ଆଗକୁ ଆହୁରି ଅନେକ ତଥ୍ୟ ବାହାରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।