Categories
ଆଜିର ଖବର ଜାତୀୟ ଖବର

ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟାକଗ୍ରାଉଣ୍ଡ ପୋଷ୍ଟର ବଦଳାଇଲା ବିଜେପି

ନୂଆଦିଲ୍ଲୀ: ବିଜେପି ଏହାର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ବ୍ୟାକଗ୍ରାଉଣ୍ଡ ପୋଷ୍ଟରକୁ ବଦଳାଇ ଦେଇଛି। ପାର୍ଟି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖ ୨୦୨୪ ଏବଂ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଚିତ୍ରକୁ ଏହାର ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟର ଭାବରେ ପ୍ରସ୍ତୁତ କରିଛି।

ବିଜେପିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରଖାଯାଇଥିବା ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାର ରାମ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ତାରିଖ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହିତ ‘୨୨ ଜାନୁୟାରୀ ୨୦୨୪’ ଭାବରେ ଲେଖାଯାଇଛି।

ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ କ’ଣ ଅଛି?:

ଏହି ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଏକ ଚିତ୍ର ମଧ୍ୟ ରଖାଯାଇଛି ଏବଂ ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହାତ ଯୋଡିଥିବା ଦେଖାଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏହି ପୋଷ୍ଟରରେ ନଜର ଆସିଛନ୍ତି।