Categories
ବିଶେଷ ଖବର ବ୍ୟବସାୟ

ଜାନୁଆରୀ ମାସରେ 16 ଦିନ ବନ୍ଦ ରହିବ ବ୍ୟାଙ୍କ କାମ, ତୁରନ୍ତ ଯାଞ୍ଚ କରନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ନୂତନ ବର୍ଷରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ଜାନୁୟାରୀ ମାସରେ ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିବାକୁ ପଡିବ। ଯାହା ଦ୍ଵାରା ଆପଣଙ୍କୁ ବ୍ୟାଙ୍କ ଜନିତ ସମସ୍ୟା ହେବ ନାହିଁ। ଜାନୁଆରୀ ମାସରେ ବ୍ୟାଙ୍କ ୧୬ ଦିନ ପାଇଁ ବନ୍ଦ ରହିବ।

ଜାନୁୟାରୀରେ ବ୍ୟାଙ୍କ ଛୁଟି ତାଲିକା:

ଜାନୁଆରୀ 1, 2022- ନୂତନ ବର୍ଷ ହେତୁ ଛୁଟିଦିନ

ଜାନୁୟାରୀ 2, 2022- ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ

ଜାନୁୟାରୀ 3, 2022- ସିକ୍କିମ୍ ରେ ନୂଆ ବର୍ଷ ଏବଂ ଲାସୁଙ୍ଗ୍ ଛୁଟି (ଆଇଜୋଲ୍ ଏବଂ ଗ୍ୟାଙ୍ଗଟକ୍)

ଜାନୁଆରୀ 4, 2022- ସିକ୍କିମ୍ ରେ ଲାସୁଙ୍ଗ ପର୍ବ (ଗାଙ୍ଗଟୋକ) ଯୋଗୁଁ ଛୁଟି ହେବ।

ଜାନୁଆରୀ 8, 2022- ଦ୍ୱିତୀୟ ଶନିବାର

ଜାନୁଆରୀ 9, 2022- ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଏବଂ ରବିବାର

ଜାନୁଆରୀ 11, 2022- ମିଶନାରୀ ଡେ ମିଜୋରାମ (ଆଇଜୋଲ୍)

ଜାନୁଆରୀ 12, 2022- ସ୍ଵାମୀ ବିବେକାନନ୍ଦ ଜୟନ୍ତୀ (କୋଲକାତା)

ଜାନୁଆରୀ 14, 2022- ମକର ସଂକ୍ରାନ୍ତି ଅନେକ ରାଜ୍ୟରେ ଛୁଟିଦିନ ହେବ

ଜାନୁଆରୀ 15, 2022- ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ପୋଙ୍ଗଲରେ ଛୁଟିଦିନ ହେବ

ଜାନୁଆରୀ 16, 2022- ସାରା ଦେଶରେ ସାପ୍ତାହିକ ଛୁଟି

ଜାନୁଆରୀ 18, 2022- ଥାଇପୁସମ୍ ଫେଷ୍ଟିଭାଲ୍ (ଚେନ୍ନାଇ)

ଜାନୁଆରୀ 22, 2022- ଚତୁର୍ଥ ଶନିବାର

ଜାନୁଆରୀ 23, 2022- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ, ସାରା ଦେଶରେ ଛୁଟି

ଜାନୁଆରୀ 26, 2022- ଗଣତନ୍ତ୍ର ଦିବସ ସାରା ଦେଶରେ ଛୁଟି

ଜାନୁଆରୀ 30, 2022- ରବିବାର

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଏହି ଛୁଟିଦିନ ତାଲିକାରେ ଅନ୍ତର୍ଭୁକ୍ତ। ଜାନୁଆରୀ ମାସରେ, 2, 9, 16, 23 ଏବଂ 30 ତାରିଖ ରବିବାର ଦିନ ବ୍ୟାଙ୍କଗୁଡିକରେ କାମବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ବ୍ୟାଙ୍କଗୁଡିକରେ କୌଣସି କାମ ହେବ ନାହିଁ।