Categories
ଆଜିର ଖବର ରାଜ୍ୟ ଖବର

କାମ ସାରି ବାଣପୁର ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ବ୍ୟାଙ୍କ ମ୍ୟାନେଜର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ପରିଚାଳକ ଜଣଙ୍କ ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ।

ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହ ଟାଙ୍ଗୀ ମେଡିକାଲକୁ ପରିବାର ଲୋକେ ଫେରାଇ ଆଣିଥିଲେ। ବର୍ତ୍ତମାନ ଟାଙ୍ଗୀ ମେଡିକାଲରେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି। ତେବେ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଶବକୁ ଖୋର୍ଦ୍ଧା ନପଠାଇ ବାଣପୁର ମେଡିକାଲ ପଠେଇବା ପାଇଁ ପରିବାର ପକ୍ଷରୁ ଟାଙ୍ଗୀ ପୋଲିସକୁ ଅନୁରୋଧ କରାଯାଉଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ଆତଙ୍କବାଦୀମାନଙ୍କ ବର୍ବରତା, ଗୁଳି କରି ବ୍ୟାଙ୍କ ମ୍ୟାନେଜରଙ୍କୁ କଲେ ହତ୍ୟା

ଶ୍ରୀନଗର: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରର କୁଲଗାମରେ ଏକ ବର୍ବରତା କାର୍ଯ୍ୟ କରିଛନ୍ତି। ଉପତ୍ୟକାରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଭୟଭୀତ ହୋଇ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ବିଜୟ କୁମାର ବୋଲି କୁହାଯାଉଛି। ମୃତ ବିଜୟ କୁମାର ସ୍ଥାନୀୟ ବ୍ୟାଙ୍କରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ସେ କିଛି ଦିନ ପୂର୍ବରୁ ଏଠାରେ ଚାକିରିରେ ଯୋଗ ଦେଇଥିଲେ।