Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ: ଅଳ୍ପ ସମୟ ମଧ୍ୟରେ ପହଞ୍ଚିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧର ଆଶଙ୍କା ବଢାଇଦେଇଛି। ଏହି ପରିପ୍ରେକ୍ଷୀରେ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଏକ ଅପରେସନ୍ ଆରମ୍ଭ କରିଛି। ଆଜି ସକାଳ ୭.୩୦ ରେ ଦିଲ୍ଲୀ ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆର ବିମାନ ୟୁକ୍ରେନର ରାଜଧାନୀ କିଭ ଅଭିମୁଖେ ଯାତ୍ରା କରିଛି।

ଏହି ଏୟାର ଇଣ୍ଡିଆ ବିମାନ ଭାରତୀୟ ଛାତ୍ରମାନଙ୍କୁ ନେଇ ଆଜି ରାତିରେ ଘରକୁ ଫେରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ଦେଶରୁ ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଉଡ଼ାଣ ସ୍ଥିର ହୋଇଛି।

ୟୁକ୍ରେନ ଉପରେ ୟୁଏନଏସସି ବୈଠକରେ ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ଟି. ଏସ ତିରୁମୁର୍ତ୍ତୀ କହିଛନ୍ତି ଯେ, ୟୁକ୍ରେନ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ର ଓ ନାଗରିକ ବାସ କରନ୍ତି ଏବଂ ଅଧ୍ୟୟନ କରନ୍ତି। ସେ କହିଛନ୍ତି ଯେ ଭାରତୀୟଙ୍କ ସୁରକ୍ଷା ଆମର ପ୍ରାଥମିକତା।