Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ରଚିଲା ଭାରତୀୟ ରିଲେ ଦଳ, ଫାଇନାଲରେ କଲେ ପ୍ରବେଶ

ନୂଆଦିଲ୍ଲୀ: ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାରତୀୟ ପୁରୁଷ 4×400 ମିଟର ରିଲେ ଦଳ ଇଭେଣ୍ଟର ହିଟ୍‌ରେ 2 ମିନିଟ 59.05 ଘଣ୍ଟା କରି ଏସୀୟ ରେକର୍ଡ ଭାଙ୍ଗିଛି। ଭାରତୀୟ ଦଳ ମଧ୍ୟ 9 ଟି ଦଳ ମଧ୍ୟରେ ଚାଲିଥିବା ଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି। ପୁରୁଷ 4×400 ମିଟର ରିଲେର ଫାଇନାଲ୍ ଆଜି ଅର୍ଥାତ୍ 27 ଅଗଷ୍ଟରେ ଖେଳାଯିବ।

ଦଳ ଏସୀୟ ତଥା ଜାତୀୟ ରେକର୍ଡ ଭାଙ୍ଗିଛି। 2020 ଅଲିମ୍ପିକ୍ସରେ ମହମ୍ମଦ ଅନସ, ନୁହା ନିର୍ମଲ ଟମ, ଆରୋକିଆ ରାଜୀବ ଏବଂ ଆମୋଜ ଜାକବ 3 ମିନିଟ 00.25 ସେକେଣ୍ଡ ର ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।