Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱରରେ ହେବ ଭାରୋତ୍ତୋଳନ ଚାମ୍ପଅନସିପ୍‌: ଟାଇଟଲ୍‌ ବଜାୟ ରଖିବା ଲାଗି ପ୍ରୟାସ କରିବ ରେଳବାଇ

ଭୁବନେଶ୍ୱର: ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା  ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ଼ ଦାବିଦାରମାନେ ଅଂଶଗ୍ରହଣ କରିବେ। ଭାରତୀୟ ରେଳବାଇର କ୍ରୀଡ଼ା ବିଭାଗ ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ (ଆରଏସପିବି)ର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି। ଅନ୍ୟପକ୍ଷରେ ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ୍‌ ହାସଲ କରିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି। ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡ଼ା ପ୍ରୋତ୍ସାହନ ଗତିବିଧି ଏବଂ ‘‘ଜାହାଁ ଖେଲ୍‌ ୱାହାଁ ରେଲ୍‌’’ (ଯେଉଁଠି ଖେଳ ସେଇଠି ରେଳ) ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମି ବିକାଶ କରୁଛି। ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି। ରେଳବାଇର ପ୍ରାୟ ୧୦ ହଜାର କ୍ରୀଡ଼ା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡ଼ା ଗତିବିଧିରେ ସକ୍ରିୟ ରହିଛନ୍ତି। ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇଛି।

ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା କିମ୍ବା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଭାରତର ପ୍ରଦର୍ଶନରେ ବ୍ୟାପକ ଯୋଗଦାନ ଦେଇଥାନ୍ତି।

ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ। ଅର୍ଜ୍ଜୁନ ପୁରସ୍କାର ବିଜେତା ସତୀଶ ଶିବଲିଙ୍ଗ, ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କୋଭିଡ– ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା। ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା।

ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍‌ ସେହିପରି ଜାରି ରହିବ।

Categories
ଜାତୀୟ ଖବର ବିଶେଷ ଖବର

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର!: ଏହି ୬୪ ଟି ଟ୍ରେନର ଭଡା ହ୍ରାସ କଲା ରେଳବାଇ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନ୍ ଟିକେଟ୍ ଭଡା ହ୍ରାସ କରିଛି, ଅର୍ଥାତ୍ ଆପଣଙ୍କୁ ପୂର୍ବ ଅପେକ୍ଷା ଟିକେଟ୍ ବୁକିଂରେ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଉତ୍ତର ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କ୍ୟାପଟେନ ଶଶି କିରଣ ଏହି ବିଷୟରେ ସୂଚନା ଦେଇଛନ୍ତି।

32 ଯୁଗଳ ଟ୍ରେନର ଭଡା ପରିବର୍ତ୍ତନ:

ଉତ୍ତର ପଶ୍ଚିମ ରେଳପଥ ଦ୍ୱାରା ପରିଚାଳିତ ଅନେକ ଟ୍ରେନର ଭଡା ପରିବର୍ତ୍ତନ କରାଯାଇଛି। ଏଥିରେ 32 ଯୋଡି ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ। ଏହି ଟ୍ରେନଗୁଡିକର ଭଡା ସାଧାରଣ ମେଲ ଏବଂ ଏକ୍ସପ୍ରେସ ଟ୍ରେନର ଭଡାରେ ପରିଣତ ହୋଇଛି। ପୂର୍ବରୁ ଏହି ଟ୍ରେନଗୁଡ଼ିକରେ ସ୍ୱତନ୍ତ୍ର ଟ୍ରେନର ଭଡା ଆଦାୟ କରାଯାଉଥିଲା, କିନ୍ତୁ ଏବେ ଏହାକୁ ହ୍ରାସ କରାଯାଇଛି।

ଯାଞ୍ଚ କରିନିଅନ୍ତୁ ତାଲିକା:

ଏହା ବ୍ୟତୀତ ରେଳବାଇ ମଧ୍ୟ ଏହି ଟ୍ରେନର ସଂଖ୍ୟା ବିଷୟରେ ସୂଚନା ଦେଇଛି। ଉତ୍ତର ପଶ୍ଚିମ ରେଲୱେ ମଧ୍ୟ 4 ଯୋଡି ଟ୍ରେନର ସଂଖ୍ୟା ବଦଳାଇ ଦେଇଛି, ତେଣୁ ଥରେ ଟିକେଟ୍ ବୁକ୍ କରିବା ପୂର୍ବରୁ ଏବଂ ଯାତ୍ରା କରିବା ପୂର୍ବରୁ ଆପଣଙ୍କୁ ଟ୍ରେନ୍ ତାଲିକା ଯାଞ୍ଚ କରିବାକୁ ପଡିବ।

କରୋନା ଅବଧିରେ ଭଡା ବୃଦ୍ଧି କରାଯାଇଥିଲା:

ସମଗ୍ର ଦେଶରେ କରୋନା ସଂକ୍ରମଣ ହେତୁ ଲକଡାଉନ୍ ଲାଗୁ କରାଯାଇଥିଲା। ଯେଉଁଥିରେ ଯାତ୍ରୀବାହୀ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନରେ ପରିଣତ ହୋଇଥିଲା ଏବଂ ଏହି କାରଣରୁ ଏହି ସମସ୍ତ ଟ୍ରେନର ଭଡା ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ଏହି ସମସ୍ତ ଟ୍ରେନର ଭଡାରେ ହେଲା ପରିବର୍ତ୍ତନ:

1. ଟ୍ରେନ୍ ନମ୍ବର 02990/02989, ଅଜମେର-ଦାଦର-ଅଜମର୍ ସୁପରଫାଷ୍ଟ, ତ୍ରି-ସାପ୍ତାହିକ ସ୍ପେଶାଲ

2. ଟ୍ରେନ୍ ନମ୍ବର 09708/09707, ଶ୍ରୀଗଙ୍ଗନଗର-ବାନ୍ଦ୍ରା ଟର୍ମିନାସ୍-ଶ୍ରୀଗଙ୍ଗନଗର ପ୍ରତିଦିନ ସ୍ପେଶାଲ୍

3. ଟ୍ରେନ୍ ନମ୍ବର 02489/02490, ବିକାନର୍-ଦାଦର-ବିକାନର୍ ଦ୍ୱି-ସାପ୍ତାହିକ ସୁପରଫାଷ୍ଟ ସ୍ପେସିଆଲ୍

4. ଟ୍ରେନ୍ ନମ୍ବର 02940/02939, ଜୟପୁର-ପୁଣେ-ଜୟପୁର ଦ୍ୱି-ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ୍

5. ଟ୍ରେନ୍ ନମ୍ବର 04817/04818, ଭଗତ କି କୋଠି – ବାନ୍ଦ୍ରା ଟର୍ମିନାସ୍ – ଭଗତ କି କୋଠି ଦ୍ୱି-ସାପ୍ତାହିକ ସ୍ପେଶାଲ

6. ଟ୍ରେନ୍ ନମ୍ବର 09601/09602, ଉଦୟପୁର ସହର-ନ୍ୟୁଜଲପାଇଗୁଡି-ଉଦୟପୁର ସହର ସାପ୍ତାହିକ

7. ଟ୍ରେନ୍ ନମ୍ବର 04854/044853, ଯୋଧପୁର-ବାରାଣସୀ-ଯୋଧପୁର ତ୍ରି-ସାପ୍ତାହିକ ସ୍ପେଶଲ

8. ଟ୍ରେନ୍ ନମ୍ବର 04864/04863, ଯୋଧପୁର-ବାରାଣସୀ-ଯୋଧପୁର ତ୍ରି-ସାପ୍ତାହିକ ସ୍ପେଶଲ

9. ଟ୍ରେନ୍ ନମ୍ବର 04866/04865, ଯୋଧପୁର-ବାରାଣସୀ-ଯୋଧପୁର ସାପ୍ତାହିକ ସ୍ୱତନ୍ତ୍ର ରେଳ ସେବା

10. ଟ୍ରେନ୍ ନମ୍ବର 02495/02496, ବିକାନର୍-କୋଲକାତା-ବିକାନର୍ ସାପ୍ତାହିକ ସୁପରଫାଷ୍ଟ ସ୍ପେସିଆଲ୍

11. ଟ୍ରେନ୍ ନମ୍ବର 09717/09718, ଜୟପୁର-ଦୌଲତପୁର ଛକ-ଜୟପୁର ପ୍ରତିଦିନ ସ୍ପେଶାଲ୍

12. ଟ୍ରେନ୍ ନମ୍ବର 02458/02457, ବିକାନେର-ଦିଲ୍ଲୀ ସରାଇ ରୋହିଲା-ବିକାନେର ପ୍ରତିଦିନ ସୁପରଫାଷ୍ଟ ସ୍ପେଶାଲ

13. ଟ୍ରେନ୍ ନମ୍ବର 04731/04732, ଦିଲ୍ଲୀ-ବଠିଣ୍ଡା-ଦିଲ୍ଲୀ ପ୍ରତିଦିନ ସ୍ପେଶାଲ୍

14. ଟ୍ରେନ୍ ନମ୍ବର 02471/02472, ଶ୍ରୀଗଙ୍ଗନଗର-ଦିଲ୍ଲୀ-ଶ୍ରୀଗଙ୍ଗନଗର ପ୍ରତିଦିନ ସୁପରଫାଷ୍ଟ ସ୍ପେଶାଲ୍

15. ଟ୍ରେନ୍ ନମ୍ବର 04888/04887, ବାଡମେର୍-ଋଷିକେଶ-ବାଡମେର୍ ପ୍ରତିଦିନ ସ୍ପେଶାଲ୍

16. ଟ୍ରେନ୍ ନମ୍ବର 09611/09612, ଅଜମେର୍-ଅମୃତସର-ଅଜମେର୍ ସାପ୍ତାହିକ

17. ଟ୍ରେନ୍ ନମ୍ବର 09613/09614, ଅଜମେର୍-ଅମୃତସର-ଅଜମେର୍ ସାପ୍ତାହିକ

18. ଟ୍ରେନ୍ ନମ୍ବର 02988/02987, ଅଜମେର-ସିୟାଲଦାହ-ଅଜମେର ପ୍ରତିଦିନ ସ୍ପେଶାଲ୍

19. ଟ୍ରେନ୍ ନମ୍ବର 06053/06054, ମଦୁରାଇ-ବିକାନେର୍-ମଦୁରାଇ ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

20. ଟ୍ରେନ୍ ନମ୍ବର 06067/06068, ଚେନ୍ନାଇ ଏଗମୋର-ଯୋଧପୁର-ଚେନ୍ନାଇ ଏଗମୋର ସାପ୍ତାହିକ ମହୋତ୍ସବ ସ୍ୱତନ୍ତ୍ର

21. ଟ୍ରେନ୍ ନମ୍ବର 02422/02421, ଜମ୍ମୁତୱି – ଅଜମେର୍ – ଜମ୍ମୁତୱି ସ୍ଵତନ୍ତ୍ର

22. ଟ୍ରେନ୍ ନମ୍ବର 06507/06508, ଯୋଧପୁର-ବାଙ୍ଗାଲୋର-ଯୋଧପୁର ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

23. ଟ୍ରେନ୍ ନମ୍ବର 06209/06210, ଅଜମେର୍-ମଇସୁର-ଅଜମେର୍ ସାପ୍ତାହିକ ମହୋତ୍ସବ ସ୍ୱତନ୍ତ୍ର

24. ଟ୍ରେନ୍ ନମ୍ବର 02396/02395, ଅଜମେର୍-ରାଜେନ୍ଦ୍ରନଗର-ଅଜମେର୍ ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

25. ଟ୍ରେନ୍ ନମ୍ବର 02719/02720, ଜୟପୁର-ହାଇଦ୍ରାବାଦ-ଜୟପୁର ସାପ୍ତାହିକ ମହୋତ୍ସବ ସ୍ୱତନ୍ତ୍ର

26. ଟ୍ରେନ୍ ନମ୍ବର 02323/02324, ହାୱଡା-ବାଡମେର୍-ହାୱଡା ସାପ୍ତାହିକ ମହୋତ୍ସବ ସ୍ୱତନ୍ତ୍ର

27. ଟ୍ରେନ୍ ନମ୍ବର 06206/06205, ଅଜମେର୍-ବାଙ୍ଗାଲୋର-ଅଜମେର୍ ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

28. ଟ୍ରେନ୍ ନମ୍ବର 06533/06534, ଯୋଧପୁର-ବାଙ୍ଗାଲୋର-ଯୋଧପୁର ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

29. ଟ୍ରେନ୍ ନମ୍ବର 07623/07624, ନନ୍ଦେଡ୍-ଶ୍ରୀଗଙ୍ଗାନଗର-ନନ୍ଦେଡ୍ ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

30. ଟ୍ରେନ୍ ନମ୍ବର 02929/02930, ବାନ୍ଦ୍ରା ଟର୍ମିନାସ୍ – ଜୈସଲମେର୍ – ବାନ୍ଦ୍ରା ଟର୍ମିନାସ୍ ସାପ୍ତାହିକ ମହୋତ୍ସବ ସ୍ଵତନ୍ତ୍ର

31. ଟ୍ରେନ୍ ନମ୍ବର 02473/02474, ବିକାନେର୍-ବାନ୍ଦ୍ରା ଟର୍ମିନାସ୍-ବିକାନେର୍ ସାପ୍ତାହିକ ସ୍ଵତନ୍ତ୍ର

32. ଟ୍ରେନ୍ ନମ୍ବର 04712/04711, ଶ୍ରୀଗଙ୍ଗାନଗର-ହରିଦ୍ୱାର-ଶ୍ରୀଗଙ୍ଗାନଗର ପ୍ରତିଦିନ ସ୍ପେଶାଲ୍

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଟ୍ରେନ ଯାତ୍ରୀଙ୍କୁ ଝଟକା: କମ ଦୂରତା ଯାତ୍ରା କରୁଥିଲେ ଲାଗିବ ଅଧିକ ଭଡା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଯାତ୍ରୀଙ୍କୁ ଝଟକା ଲାଗିଛି। ରେଳବାଇ ଦ୍ଵାରା ଜାରି ହୋଇଥିବା ସୂଚନା ଅନୁସାରେ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କମ ଦୂରତା ବିଶିଷ୍ଟ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କରୋନା ମାହାମାରୀର ସଂକ୍ରମଣକୁ ରୋକିବା ପାଇଁ ଟ୍ରେନ ଟିକେଟର ଦାମ ବଢାଇଥିବାର କାରଣ କୁହାଯାଉଛି। ଯାହାଫଳରେ ଟ୍ରେନରେ କମ ସଂଖ୍ୟକ ଯାତ୍ରୀ ଯାତ୍ରା କରିପାରିବେ।

୩୦-୪୦ କିଲୋମିଟର ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହି ବର୍ଦ୍ଧିତ ଦାମର ପ୍ରଭାବ ପଡିବ। ତେବେ କମ ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ମେଲ/ଏକ୍ସପ୍ରେସର ଭଡ଼ା ଦେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳର ସଫଳ ପରୀକ୍ଷଣ: ଏଣିକି ଇଓଟିଟି ମାଧ୍ୟମରେ ଚାଲିବ ଗାର୍ଡ଼ ବିହୀନ ଟ୍ରେନ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପୂର୍ବ ତଟ ରେଳ ପକ୍ଷରୁ ତାଲଚର-ପାରାଦୀପ ବିଭାଗ ମଧ୍ୟରେ ଇଓଟିଟି ଦ୍ଵାରା ଏକ ମାଲବାହୀ ଟ୍ରେନରେ ସଫଳ ଫିଲ୍ଡ ଟ୍ରାଏଲ କରାଯାଇଛି। ଗାର୍ଡ଼ ଓ ବ୍ରେକ୍ ଭ୍ୟାନ୍ ବିହୀନ ଟ୍ରେନ୍ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପରୀକ୍ଷାକୁ ସଫଳ କରିବା ପାଇଁ ଇଲେକ୍ଟ୍ରିକ୍ ଲୋକୋ ଶେଡ୍, ଅନୁଗୁଳ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଟ୍ରେନ୍ ଟେଲିମେଟ୍ରି ହେଉଛି ବ୍ରେକ୍ ଭ୍ୟାନ୍ ଏବଂ ଗାର୍ଡ ବିନା ଟ୍ରେନ୍ ଚଲାଇବା ପାଇଁ ସମଗ୍ର ବିଶ୍ୱରେ ଏକ ଅତ୍ୟାଧୁନିକ ଜ୍ଞାନକ କୌଶଳ ଯାହା ଭାରତୀୟ ରେଳବାଇ ଦ୍ୱାରା ଗ୍ରହଣ କରାଯାଉଛି।  ଫାଷ୍ଟ୍ ଟ୍ରାକ୍ ମୋଡ୍ ରେ କାର୍ଯ୍ୟକାରୀ ଦ୍ୱାରା ଇଓଟିଟି ସହିତ ଟ୍ରେନ୍ ଗୁଡ଼ିକର ପରିଚାଳନା କରିବା ଭାରତୀୟ ରେଳପଥ ର ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ।

ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ମୁଖ୍ୟତଃ ଟ୍ରେନ୍ ଇଞ୍ଜିନ୍ ରେ ଲାଗିଥିବା ହଟ୍ (ହେଡ଼୍ ଅଫ୍ ଟ୍ରେନ୍) ଏବଂ ଟ୍ରେନ୍ ର ଅନ୍ତିମ ବଗିରେ  ଲାଗିଥିବା ଇଓଟି (ଏଣ୍ଡ୍ ଅଫ୍ ଟ୍ରେନ୍) କୁ ନେଇ ଗଠିତ।

ଟ୍ରେନର ଅବସ୍ଥାନ ସୂଚାଇବା ପାଇଁ ଇଓଟିଟିର ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ମଡ୍ୟୁଲ୍ ଅଛି, ହଟ୍ (ସମ୍ମୁଖ ୟୁନିଟ୍) ଏବଂ ଇଓଟି (ପଛ ୟୁନିଟ୍) ମଧ୍ୟରେ ଯୋଗାଯୋଗ ଏବଂ ନିୟନ୍ତ୍ରଣ ପାଇଁ ସର୍ଭର ଏବଂ ରେଡିଓ ଉପକରଣକୁ ତଥ୍ୟ ସ୍ଥାନାନ୍ତର କରିବା ପାଇଁ ମୋବାଇଲ୍ ଯୋଗାଯୋଗ ପାଇଁ ଗ୍ଲୋବାଲ୍ ସିଷ୍ଟମ୍ (ଜିଏସଏମ) ମଡ୍ୟୁଲ୍ ଅଛି। ଇଓଟିରେ ହାଇ ଭିଜିବିଲିଟି ମାର୍କର ଲାଇଟ୍ ଫ୍ଲାସର ଡିଭାଇସ୍ ପରିବେଶ ଆଲୋକ ସ୍ଥିତିକୁ ଆଧାର କରି ସ୍ୱୟଂଚାଳିତ ସୁଇଚ୍ ଅନ୍ ଏବଂ ଅଫ୍ ପ୍ରଦାନ କରାଯାଇଛି।

ଟ୍ରେନର ଅନ୍ତିମ ବଗିର ବ୍ରେକ୍ ପାୱାର୍ ପ୍ରେସର ଲୋକୋମୋଟିଭ୍ କ୍ୟାବିନରେ ହଟ୍ ଦିସ୍ପ୍ଲେ ମାଧ୍ୟମରେ ଟ୍ରେନ୍ ଡ୍ରାଇଭରକୁ ପ୍ରଦର୍ଶିତ ହୁଏ। ଟ୍ରେନ୍ ଡ୍ରାଇଭର ହଟ୍ ଦିସ୍ପ୍ଲେ ମାଧ୍ୟମରେ ଦୂର ଯାନର ବ୍ରେକ୍ ପାୱାର୍ ଚାପକୁ ଦେଖି ଏୟାର ବ୍ରେକ୍ ପ୍ରୟୋଗ ସମୟରେ ଟ୍ରେନ୍ ରେ ଶେଷ ବଗି ପର୍ଯ୍ୟନ୍ତ ବ୍ରେକ୍ ପାୱାର୍ ପ୍ରେସର ଡ୍ରପ୍ ନିଶ୍ଚିତ କରିପାରିବ। ଲୋକୋମୋଟିଭ୍ କ୍ୟାବିନରୁ ଇଓଟି ରେ ଏକ ଭଲଭ୍ ଖୋଲି ଟ୍ରେନର ଶେଷ ଗାଡିରୁ ଜରୁରୀକାଳୀନ ବ୍ରେକ୍ ପ୍ରୟୋଗ କରିବାର ବ୍ୟବସ୍ଥା ଅଛି।

ଟ୍ରେନ୍ ଜରୁରୀକାଳୀନ ଏୟାର ବ୍ରେକ୍ ର ସ୍ୱୟଂଚାଳିତ ପ୍ରୟୋଗ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ଯେତେବେଳେ ଜରୁରୀକାଳୀନ ଟ୍ରେନ୍ ଏୟାର ବ୍ରେକ୍ କ୍ୟାବିନରେ ଲୋକୋ ପାଇଲଟ୍ ଦ୍ୱାରା ପ୍ରୟୋଗ କରାଯାଏ ଏବଂ ଆଗ ଏବଂ ପଛରୁ ଏକକାଳୀନ ବ୍ରେକ୍ ପ୍ରୟୋଗ କରିବା ଦ୍ୱାରା ଟ୍ରେନ୍ ନିୟନ୍ତ୍ରଣ ପାଇଁ ବ୍ରେକିଂ ଦୂରତା ଏବଂ ସମୟ ହ୍ରାସ ପାଇବ। ଲୋକୋ ପାଇଲଟ୍  ଦ୍ୱାରା ଟ୍ରେନ୍ ରହିବା ସୁନିଶ୍ଚିତ କରାଯିବା ସମୟରେ ଯଦି ଟ୍ରେନ୍ ଡ଼୍ରାଇଭର୍ ଆବଶ୍ୟକ କରିଥାଆନ୍ତି ତାହା ପଛ ପାର୍ଶ୍ଵ ବଗିକୁ ଶୀଘ୍ର ଅଟକାଇବା ପାଇଁ ବ୍ୟବହାର କରାଯାଇଥାଏ। ଇଓଟିଟି ସହିତ ଟ୍ରେନ୍ ଚଳାଚଳ କରିବା ସମୟରେ ଏହି ସବୁ ଉପଲବ୍ଧ ଥିବା ବ୍ୟବସ୍ତା ଗୁଡ଼ିକ ଦ୍ୱାରା ଲୋକୋ ପାଇଲଟ୍ ମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ।

ଏହି ଟେକ୍ନୋଲୋଜି ବ୍ରେକ୍ ଭ୍ୟାନ୍ ଗୁଡ଼ିକର ଆବଶ୍ୟକତା ଏବଂ ଟ୍ରେନରେ ଗାର୍ଡ଼ ମାନଙ୍କର ଆବଶ୍ୟକତାକୁ ହଟାଇବ। ବ୍ରେକ୍ ଭ୍ୟାନ୍ ସ୍ଥାନରେ ଗୋଟିଏ ଅତିରିକ୍ତ ୱାଗନ୍ ସଂଯୋଗ କରାଯିବା ଦ୍ୱାରା ଅଧିକ ରାଜସ୍ୱ ଆୟର ମଧ୍ୟ ସୁଯୋଗ ସୃଷ୍ଟି ହୋଇ ପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଏଣିକି ରେଳବାଇ ଆପଣଙ୍କ ଲଗେଜ ଘରୁ ଟ୍ରେନକୁ ନବା ଆଣିବା କରିବ, ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗର ସବୁଠାରୁ ବଡ ଖବର ପ୍ରକାଶ ପାଇଛି। ରେଳ ଯାତ୍ରୀମାନେ ଯାତ୍ରା କରିବା ଅପେକ୍ଷା ସେମାନଙ୍କ ସାମଗ୍ରୀକୁ ଷ୍ଟେସନକୁ ନେଇ ଅଧିକ ଚିନ୍ତା କରନ୍ତି। କିନ୍ତୁ ବର୍ତ୍ତମାନ ରେଳବାଇ ଯାତ୍ରୀମାନଙ୍କର ଏହି ଚିନ୍ତାକୁ ଦୂର କରିବାକୁ ଯାଉଛି। ଖୁବ ଶିଘ୍ର ରେଳବାଇ ‘ବ୍ୟାଗ୍ ଅନ୍ ହ୍ୱିଲ୍ ‘ ସେବା ଆରମ୍ଭ କରିବାକୁ ଯାଉଛି। ଯାହା ଦ୍ବାରା ଷ୍ଟେସନକୁ ଯାତ୍ରୀଙ୍କ ଲଗେଜ ପରିବହନ କରିବାର ଟେନସନ ବର୍ତ୍ତମାନ ଶେଷ ହେବ। ଏହି ନୂତନ ସୁବିଧା ଲାଗୁ ହେଲେ ଏଣିକି ରେଳବାଇ ଆପଣଙ୍କ ସାମଗ୍ରୀକୁ ଆପଣଙ୍କ ଘରୁ ଷ୍ଟେସନକୁ ନେବ। ବର୍ତ୍ତମାନ ଏହି ଦାୟିତ୍ବ ରେଳବାଇ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରେଳ ପ୍ରଥମ ଥର ପାଇଁ ଏହି ପ୍ରକାର ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ଆରମ୍ଭ ହେବା ମାତ୍ରେ ଯାତ୍ରୀମାନେ ନିଜ ଆସନରେ ଲଗେଜ୍ ପରିବହନ ସମସ୍ୟାରୁ ମୁକ୍ତି ପାଇବେ। ସର୍ବପ୍ରଥମେ ଏହି ସେବା ନୂଆଦିଲ୍ଲୀ ରେଳ ଷ୍ଟେସନ, ଦିଲ୍ଲୀ ଜଙ୍କସନ, ନିଜାମୁଦ୍ଦିନ ରେଳ ଷ୍ଟେସନ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନ, ଦିଲ୍ଲୀ ସାର ରୋହିଲା ରେଳ ଷ୍ଟେସନ, ଗାଜିଆବାଦ ରେଳ ଷ୍ଟେସନ ଏବଂ ଗୁରୁଗ୍ରାମ ରେଳ ଷ୍ଟେସନରେ ଆରମ୍ଭ ହେବ।

ଏଥିପାଇଁ ରେଳ ବିଭାଗ ଏକ ସ୍ବତନ୍ତ୍ର ଆପ ବିକଶିତ କରିଛି। ଏହା ଅଧୀନରେ ଯାତ୍ରୀମାନଙ୍କୁ ଆପରେ ରଖା ଯାଇଥିବା ସୂଚନା ପୂରଣ କରିବାକୁ ପଡିବ ଏବଂ ଏହି ଆଧାରରେ ରେଳବାଇ ଯାତ୍ରୀଙ୍କ ଘରୁ ଲଗେଜ୍ ନେଇ ଟ୍ରେନରେ କୋଚକୁ ପରିବହନ କରିବ।

ଏଥିପାଇଁ ଯାତ୍ରୀମାନଙ୍କୁ ରେଳବାଇର BoW ଆପରେ ବୁକିଂ କରିବାକୁ ଏବଂ ଅନୁରୋଧ କରାଯାଇଥିବା ସୂଚନା ପ୍ରଦାନ କରିବାକୁ ପଡିବ। ଦିଆଯାଇଥିବା ସୂଚନାକୁ ଆଧାର କରି ଯାତ୍ରୀଙ୍କ ଲଗେଜ୍ ଷ୍ଟେସନରୁ ଘରକୁ କିମ୍ବା ଘରଠାରୁ ଷ୍ଟେସନ କୋଚକୁ ପରିବହନ କରାଯିବ। ଷ୍ଟେସନରୁ ଟ୍ରେନ୍ ଛାଡିବା ପୂର୍ବରୁ ରେଳବାଇ ଆପଣଙ୍କ ଲଗେଜ୍ ସିଟରେ ପହଞ୍ଚାଇବ।

ରେଳ ଅଧିକାରୀ କହିଛନ୍ତି ଯେ ଏହି ସୁବିଧା ପାଇବା ପାଇଁ କୈଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ। ଏହି ସେବା ବହୁତ ଶସ୍ତା ଭାବରେ ପ୍ରଦାନ କରାଯିବ। ଏହି ସୁବିଧା ପ୍ରବର୍ତ୍ତନ ପରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ଏକାକୀ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ପାଇଁ ଯାତ୍ରା ଅଧିକ ସହଜ ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।