Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାଲି ପୁଣି ଭାରତ-ଚୀନ୍ ଆଲୋଚନା, ୨ୟ ପର୍ଯ୍ୟାୟରେ ସୀମାରୁ ସେନା ଅପସାରଣ ନେଇ ହେବ ବୈଠକ

ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର୍ଯ୍ୟାୟ ସେନା ଅପସାରଣ ନେଇ ଆଲୋଚନା ହେବ।

୪ର୍ଥ ଥର ପାଇଁ ହେଉଥିବା କର୍ପସ କମାଣ୍ଡରସ୍ତରୀୟ ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେବେ। ବିଶେଷକରି ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରୁ ଏବେ ବି ହଟିନଥିବା ଚୀନ ସେନା ଅପସାରଣ ନେଇ ବୈଠକରେ ଆଲୋଚନା ହୋଇପାରେ। ଗତ ଜୁନ ୩୦ ତାରିଖରେ ଚୁସୁଲଠାରେ ଅନୁଷ୍ଠିତ ଆଲୋଚନା ବେଳେ ୩ଟି କ୍ଷେତ୍ରରୁ ସେନା ଅପସାରଣ ଲାଗି ସହମତି ହୋଇଥିଲା । ଏହା ପରେ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଗଲଓ୍ଵାନରୁ ଚୀନସେନା ପଛକୁ ହଟିଥିଲେ ।