Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେହି ବିଶ୍ବାସ କରିପାରିବେ ନାହିଁ ଯେ,ଏହା ହେଉଛି ଏକ ଥାନା

ଭୁବନେଶ୍ବର, ଥାନା କହିଲେ ଏବେବି ଅନେକ ଭୟ କରନ୍ତି। ଆଖି ଆଗରେ ନାଚିଯାଏ ପୋଲିସ ବାଡାଉଛି କିମ୍ବା ଗାଳି କରୁଛି। ଚାରିଆଡେ ଖାଲି ମାଳମାଳ ଖାକି ପୋଷାକ ପିନ୍ଧା ପୋଲିସ ବୁଲୁଥିବେ। ହେଲେ ସେହି ପରି ଭୟଭିତ ପରିବେଷରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଏକ ଥାନା ତରଫରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ। ଲୋକମାନେ ଥାନାକୁ ଆସିଲେ ଯେପରି ପାର୍କରେ ବୁଲିବା ପରେ ଲାଗିବ ଥାନାକୁ ସେପରି କରାଯାଇଛି। ଭଳିକି ଭଳି ଫୁଲ କୁଣ୍ଡ ଶୋଭା ପାଉଛି ଥାନା ବାହାରେ। ହଠାତ କେହି ପଶିଗଲେ ନିଶ୍ଚିତ ଭ୍ରମରରେ ପଡିବ।

ଆପଣଙ୍କୁ ଆମେ କହୁଛୁ ଭୁବନେଶ୍ବରର ଚନ୍ଦକା ଥାନା କଥା। ଏହି ଥାନା ଭିତରକୁ ପଶିଗଲେ ରାସ୍ତାର ଦୁଇ ପାର୍ଶ୍ବରେ ଗେଣ୍ଡୁଫୁଲ ପ୍ରଥମେ ଆପଣଙ୍କୁ ସ୍ବାଗତ କରିବେ। ଟିକିଏ ବୁଲିକି ଅନେଇଲେ ପଡିଆ ଭିତରେ ସଜାଯାଇଛି ଭଳିକି ଭଳି ଫୁଲ। ଥାନା ତରଫରୁ ଏପରି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ବେଶ ସ୍ବାଗତ କରାଯାଇଛି। ବିଶେଷ କରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଏପରି ପରିକଳ୍ପନାକୁ ପ୍ରଶଂସା କରାଯାଇଛି।