Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି

ଭୁବନେଶ୍ବର :  କରୋନା ଯୋଗୁଁ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର 68 ବର୍ଷୀୟ ପୁରୁଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗର ମଧ୍ୟ ଶିକାର ହୋଇଥିଲେ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟବିଭାଗ । ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ହୋଇଛି । ସେହିପରି ଅନ୍ୟ 7 ଜଣ କରୋନା ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟରେ ନୂତନ 170 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432 ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ଆଜି 16 ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ନୂତନ 16 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଥିବାବେଳେ ଅନ୍ୟ 14 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବିଏମ୍‌ସି ଟୁଇଟ୍‌ ଜରିଆରେ ସୂଚନା ଦେଇଛି ।

ଦୁଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁରରୁ ଜଣେ 35ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କୋଲକାତାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ୟୁନିଟ୍‌ -8 ଡେଲ୍‌ଟା କଲୋନୀରୁ ଚିହ୍ନଟ ହୋଇଛନ୍ତି । 21 ବର୍ଷୀୟା ଏହି ଯୁବତୀ ଜଣକ ବିଜୟଓ୍ବାଡାରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଅନ୍ୟ 14 ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ 50 ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି। ଓଲ୍ଡ ଟାଉନ୍‌ ମହତାବ ରୋଡ୍‌ରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ 9ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରେ 3 ଜଣ ପୁରୁଷ ଥିବାବେଳେ 6 ଜଣ ମହିଳା ରହିଛନ୍ତି ।

ବରମୁଣ୍ଡା ବିଡିଏ କଲୋନୀରୁ 2ଟି କେସ୍‌ ଚିହ୍ନଟ ହୋଇଛି । ଦୁହିଁଙ୍କ ମଧ୍ୟରେ ଜଣେ 22 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 24 ବର୍ଷୀୟ ଯୁବକ । ଦୁହେଁ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ସେହିପରି ଝାରପଡା ଜେଲ୍‌ ନିକଟରୁ ଜଣେ 47 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

Image

ଭୁବନେଶ୍ବରରୁ ଆଜି 11 ଜଣ ସୁସ୍ଥ ହୋଇଥିବାର ବିଏମ୍‌ସି ତରଫରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 135 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି 135 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ସର୍ବାଧିକ 49 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 19, କଳାହାଣ୍ଡିରୁ 16, ଜଗତସିଂହପୁରରୁ 14, ବାଲେଶ୍ବରରୁ 7, କଟକରୁ 6ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ, ଯାଜପୁର ଓ ପୁରୀରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ 3 ଜଣ ସୁସ୍ଥ ହୋଇଥିବାବେଳେ କେଉଁଝର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ, ଭଦ୍ରକ, ଝାରସୁଗୁଡା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4123ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଭୁବନେଶ୍ବରରୁ ଆଜି ଦୁଇ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବରରୁ  : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ ଆଉ ଜଣେ ଲୋକାଲ୍‌ କେସ୍‌ ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 39 ବର୍ଷୀୟ ଆକ୍ରାନ୍ତ ଜଣକ ଜୟଦେବ ବିହାର ଅଞ୍ଚଳର ହୋଇଥିବାବେଳେ ନିକଟରେ ସେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ଶରନପାଲିର ଓ୍ବାର୍ଡ ନଂ 26 ଅଞ୍ଚଳର ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ବୋଲି ସୂଚନା ରହିଛି ।

Image

ସେହିପରି ଆଜି ଭୁବନେଶ୍ବର ମହାନଗରରୁ ପାଞ୍ଚଜଣ ସୁସ୍ଥ ହୋଇଛନ୍ତି । 36 ବର୍ଷୀୟ ରେଳବାଇ କର୍ମଚାରୀ ଜଣେ ସୁସ୍ଥ ହୋଇଥିବାବେଳେ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ 37 ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟ ତିନି ସୁସ୍ଥଙ୍କ ମଧ୍ୟରେ ଜଣେ ସାଲିଆସାହିରୁ 22 ବର୍ଷୀୟ ଯୁବକ ରହିଥିବାବେଳେ ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର 30 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଭୀମପୁର ଅଞ୍ଚଳରୁ 27 ବର୍ଷୀୟ ଯୁବକ ଜଣେ ସୁସ୍ଥ ହୋଇଥିବାର ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 198କୁ ବୃଦ୍ଧି ହୋଇଥିବାବେଳେ 98 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 96 ଜଣ ଏବେ ସକ୍ରିୟ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 167 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 150ଜଣ ଚିହ୍ନଟ ହୋଇଥିବାବେଳେ 17ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583। ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 15 ଜଣ । ସେହିପରି 6 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 11 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 11 ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  ସମସ୍ତ ପଜିଟିଭ୍‌ ହୋମ୍‌ କ୍ବାରେଣ୍ଟିନ୍‌ରୁ ରହିଥିବାର ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ମଞ୍ଚେଶ୍ବର ଅଞ୍ଚଳରୁ 6 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତଙ୍କ  ନିଜ ଘର ଉତ୍ତରପ୍ରଦେଶରେ ହୋଇଥିବାବେଳେ ସେମାନେ ମଞ୍ଚେଶ୍ବର ଅଞ୍ଚଳର ପ୍ରତିଦିନ ନ୍ୟୁଜ୍‌ ଅଫିସ୍‌ ପାଖରେ କାର୍ଯ୍ୟ କରନ୍ତି । ଗତ 16 ତାରିଖରେ ଏମାନେ ଉତ୍ତରପ୍ରଦେଶରୁ ଫେରିଥିଲେ । ଏହି ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 33, 40, 55, 30, 21 ଓ 22 ବର୍ଷ ବୋଲି ଜଣାପଡିଛି ।

ସେହିପରି ବାଣୀବିହାର ଅଞ୍ଚଳରୁ ଜଣେ 33 ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ନିଜ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ଏଠାରେ ନିର୍ମାଣ କାର୍ଯ୍ୟ କରନ୍ତି । ସେ 11ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ ।

ସେହିପରି ଅନ୍ୟ ତିନିଜଣ ହେଉଛନ୍ତି ରେଳବାଈ କର୍ମଚାରୀ । ଏହି କର୍ମଚାରୀମାନେ ଦିଲ୍ଲୀରୁ ଫେରିଥିଲେ । ଏହି ଆକ୍ରାନ୍ତମାନେ ସମସ୍ତେ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 60, 28 ଓ 38 ବର୍ଷ ବୋଲି ଜଣାପଡିଛି ।

Image

ଆଜି 11 ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବରରରେ ମୋଟ ସଂକ୍ରମିତ ସଂଖ୍ୟା 196ରେ ପହଞ୍ଚିଛି । ସେହିପରି 93 ଜଣ ସୁସ୍ଥ ହୋଇଥିବାସ୍ଥଳେ 03ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଭୁବନେଶ୍ବରରରେ 99ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ :  ଓଡ଼ିଶାରେ ଆରମ୍ଭ ହେଲା ପରାଗ ସ୍ପର୍ଶ

ଭୁବନେଶ୍ବର : ଆଜି 2020 ବର୍ଷର  ପ୍ରଥମ ସୂର୍ଯ୍ୟପରାଗ । ବିଶ୍ବର ବିଭିନ୍ନ ଦେଶରେ ଏହା ଦୃଶ୍ୟମାନ ହେଉଛି । ଏହି ସୂର୍ଯ୍ୟପାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୁନ୍‌ 21 ତାରିଖ ଅର୍ଥାତ୍‌ ଆଜି ହେଉଛି ବର୍ଷର ସବୁଠାରୁ ବଡ ଦିନ ।  ପ୍ରାୟ 900 ବର୍ଷ ପରେ ସୂର୍ଯ୍ୟପରାଗ ସମୟରେ ଏପରି ସଂଯୋଗ ସୃଷ୍ଟି ହୋଇଛି । ଏହି ଗ୍ରହଣ ସମୟରେ ରାହୁ, ବୁଧ ଓ ଚନ୍ଦ୍ରଙ୍କ ସହିତ ସୂର୍ଯ୍ୟଙ୍କ ସଂଯୋଗ ହେବାର ଯୋଗ ବନୁଛି। ଭୁବନେଶ୍ବରରେ ଦିନ 10ଟା 38ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇଛି । ଅପରାହ୍ନ 2ଟା9ରେ ସର୍ବମୋକ୍ଷ ହେବା ନେଇ ପ୍ଲାନେଟୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପରାଗ ସ୍ପର୍ଶ ସମୟ 5/7 ମିନିଟ୍‌ର ଫରକ ରହିବ । 12ଟା 15ରୁ12ଟା 30 ମଧ୍ୟରେ ସର୍ବାଧିକ ଅଂଶ ଦୃଶ୍ୟମାନ ହେବ । ଭୁବନେଶ୍ବରରେ 12ଟା 26ରେ ସର୍ବାଧିକ 65% ଦୃଶ୍ୟମାନ ହେବ । ଖାଲି ଆଖିରେ ପରାଗ ନ ଦେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

ଭାରତ ସମେତ ନେପାଳ, ପାକିସ୍ତାନ, ସାଉଦି ଆରବ, ୟୁଏଇ, ଏଥୋପିଆ ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ । ସେହିପରି ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର୍‌, ଲକ୍ଷ୍ନୌ, ଚେନ୍ନାଇ ସିମ୍‌ଲା ଆଦି କିଛି ପ୍ରସିଦ୍ଧ ସହରରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ସେହିପରି ଡେରାଡୁନ୍‌ ଓ ସିର୍‌ସା ଆଦି ସହରରେ ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ପୁଣି 19 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 19 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ହୋମ୍‌ କ୍ବାରେଣ୍ଟିନ୍‌ ଥିବାବେଳେ 15 ଜଣ ଲୋକାଲ୍‌ କେସ୍‌ ରହିଛି ।

ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା  ଚାରି ଆକ୍ରାନ୍ତମାନେ ରେଲଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ଦିଲ୍ଲୀରୁ ଫେରିଥିବା ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 43, 55, 44 ଓ 32 ବର୍ଷ ବୋଲି ଜଣାପଡିଛି ।

ସେହିପରି ଅନ୍ୟ 15 ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର 6 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ମହିଳା  ଓ ତିନି ପୁରୁଷ କର୍ମଚାରୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ମହିଳା ଥିବାବେଳେ ଆଉ ଜଣେ 27 ବର୍ଷୀୟ ଯୁବକ ରହିଛନ୍ତି । ଏକ ସରକାରୀ ହସ୍ପିଟାଲର 51 ବର୍ଷୀୟ ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସୁବାସ ନଗର ବସ୍ତି ଅଞ୍ଚଳରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଆକ୍ରାନ୍ତ ମାନେ ସମେସ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 24, 19, 38, 18, 15 ବର୍ଷ ବୋଲି ଜଣାପଡିଛି ।  ଲକ୍ଷ୍ମୀ ବଜାର ବସ୍ତିର ଜଣେ 9 ବର୍ଷୀୟ ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୁବାସ ନଗର ବସ୍ତି ଅଞ୍ଚଳରୁ ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ବିଏମ୍‌ସି ସୁବାସ ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରିଛି ।

Categories
ଆଜିର ଖବର ରାଜ୍ୟ ଖବର

15ଟି ଜିଲ୍ଲାରୁ 179, ଜାଣନ୍ତୁ କେଉଁ ଜିଲ୍‌ଲାରୁ କେତେ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 179 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଜି ଚିହ୍ନଟ 179ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର 18 ଜଣ ଯବାନ ରହିଛନ୍ତି ।ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 27, କେଉଁଝରରୁ 18, କଟକରୁ 15, ମୟୂରଭଞ୍ଜରୁ 10, ଅନୁଗୁଳରୁ 6, କେନ୍ଦ୍ରାପଡା, ରାୟଗଡା ଓ ଭଦ୍ରକରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 4 ଜଣ, ଯାଜପୁରରୁ ତିନି ଜଣ ବରଗଡ, ମାଲକାନଗିରିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 7 ପଜିଟିଭ୍‌

ଭୁବନେଶ୍ବର : ଆଜି ଭୁବନେଶ୍ବର ସହରର 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 7 ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ 3ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ହୋମ କ୍ବାରେଣ୍ଟିନ୍‌ରେ ଥିବା ସମସ୍ତ ଚାରି ଆକ୍ରାନ୍ତମାନେ ହେଉଛନ୍ତି ରେଳ କର୍ମଚାରୀ । ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 38, 30, 34 ଓ 31 ବର୍ଷ ବୋଲି ଜଣାପଡିଛି । ଏହି ଆକ୍ରାନ୍ତମାନେ ଦିଲ୍ଲୀ ଯାତ୍ରା କରିଥିବାର ସୂଚନା ରହିଛି ।

Image

ସେହିପରି ଅନ୍ୟ ତିନି ଲୋକାଲ କେସ୍‌ ମଧ୍ୟରେ ଜଣେ 31 ବର୍ଷୀୟା ମହିଳା ରହିଛନ୍ତି। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତ ମଧ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 10 ବର୍ଷୀୟ ଏକ ବାଳକ ରହିଛି ।

ସେହିପରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର କରୋନା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କ ବୟସ 28 ବର୍ଷ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୀର୍ଘ 22 ଘଣ୍ଟାର ଯାତ୍ରା ପରେ ବିଜୟ ମହାନ୍ତି ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ଗତକାଲି ମଧ୍ୟାହ୍ନ ପ୍ରାୟ 12ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ। ହସ୍ପିଟାଲରେ ବିଜୟ ମହାନ୍ତି ପହଞ୍ଚିବା ପରେତାଙ୍କ ଶୁଭେଚ୍ଛମାନଙ୍କର ଭିଡ ଦେଖିବାକୁ ମିଳିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ତିନି ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ ଜଣେ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଦୁଇ ଆକ୍ରାନ୍ତ ମଧ୍ୟରେ ଜଣେ 27 ବର୍ଷୀୟ ଯୁବକ ରହିଛନ୍ତି । ଭୁବନେଶ୍ବର ବିମାନ ବନ୍ଦର ନିକଟସ୍ଥ ଭୀମପୁରର ବାସିନ୍ଦା ହୋଇଥିବା ଏହି ଯୁବକ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିବାର ଜଣାପଡିଛି । ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ 36 ବର୍ଷ ହୋଇଥିବାବେଳେ ସେ କଳିଙ୍ଗ ଷ୍ଟୁଡିଓ ନିକଟସ୍ଥ ଭରତପରୁରୁ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

ଅନ୍ୟ ଜଣେ ଆକ୍ରାନ୍ତ ଲୋକାଲ୍‌ କେସ୍‌ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି । ଡୁମାଡୁମାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ  ବୟସ 48 ବର୍ଷ ବୋଲି ଜଣାପଡିଛି। ସେ ନିକଟରେ ଗଞ୍ଜାମରୁ ଫେରିଥିବାର ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 106କୁ ବୃଦ୍ଧି ହୋଇଛି । ସେହିପରି 60 ଜଣ ସୁସ୍ଥ ହୋଇଛନ୍ତି ।  ଏବେ ସୁଦ୍ଧା 42 ଜଣ ସକ୍ରିୟ ରହିଛନ୍ତି । କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସୁଦ୍ଧା 42 ଜଣ ସକ୍ରିୟ ରହିଛନ୍ତି । ସେହିପରି ଆଜି ଜଣେ କରୋନାରୁ ମୁକ୍ତ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ପୁଣି ଦୁଇ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ 2 ଜଣ ରହିଛନ୍ତି । ଏହି ଦୁଇ ଜଣଙ୍କ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 25 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ବ୍ୟକ୍ତି ।  25 ବର୍ଷୀୟ ଯୁବକ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ରହିଥିବାବେଳେ ତାଙ୍କ ପରିବାରର ଜଣେ ସଦସ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟଜଣେ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମ ଆପାର୍ଟମେଣ୍ଟରେ ରହୁଥିଲେ ।  67 ବର୍ଷୀୟ ଏହି ବ୍ୟକ୍ତି ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି।

ଆଜିର ଦୁଇ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 55 ଜଣ ଓ ମୃତ୍ୟୁବରଣ କରିଛନ୍ତି ତିନିଜଣ  । ସେହିପରି ଅନ୍ୟ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନ୍ୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର : ଭୁବନେଶ୍ବରଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତ ମହିଳାଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ବି ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ୍‌ ପାଇଁ ଦୀର୍ଘଦିନରୁ ମହିଳାଙ୍କ ଚିକିତ୍ସା ଜାରି ରହିଥିଲା ବୋଲି ସୂଚନା ରହିଛି । ସେପଟିକ୍‌ ସକ୍‌ ଓ ମଲ୍ଟି ଅର୍ଗାନ୍‌ ଫେଲ୍‌ ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ପୂର୍ବରୁ ମଧ୍ୟ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ ଆଜି ରାଜ୍ୟରେ 136 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1092, ସୁସ୍ଥ ହୋଇଛନ୍ତି 2282 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 9ଜଣ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ଚାରି ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁରର 28ବର୍ଷୀୟ ଯୁବକ ରହିଥିବାବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ । ଅନ୍ୟ ଜଣେ ଯୁବକ  ଡୁମୁଡୁମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବୟସ 29ବର୍ଷ ବୋଲି ଜଣା ପଡିଛି । ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେହିପରି ପଟିଆରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ 34 ବର୍ଷୀୟ ଜଣେ ପୁରୁଷ ଥିବାବେଳେ 26 ବର୍ଷୀୟା ମହିଳା ରହିଛନ୍ତି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁହେଁ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 93କୁ ବୃଦ୍ଧି ହୋଇଥିବାବେଳେ 37ଟି ଆକ୍ଟିଭ୍‌ କେସ୍‌ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ପଟିଆରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରର ଚିହ୍ନଟ 2 ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ପଟିଆର ଗୋଟିଏ ପରିବାରର ଏହି ଦୁହେଁ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 8 ବର୍ଷୀୟ ଝିଅ ରହିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଦୁହେଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ଦୁହେଁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ, ଦିଲ୍ଳୀରୁ ଫେରିଥିଲେ ବୋଲି ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 88କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ 34 ଥିବାବେଳେ ସୁସ୍ଥ ହୋଇଛନ୍ତି 51 ଓ ମୃତ୍ୟୁବରଣ କରିଛନ୍ତି ତିନି ଜଣ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ 13 ପଜିଟିଭ୍‌, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି

ଭୁବନେଶ୍ବର : ଆଜି ଭୁବନେଶ୍ବରରେ 13 ପଜିଟିଭ୍‌  ଚିହ୍ନଟ ହୋଇଛନ୍ତି । ଏହି 13 ଆକ୍ରାନ୍ତଙ୍କ ମଧ୍ୟରୁ 7 ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ 6ଟି ଲୋକାଲ୍‌ କେସ୍‌ ରହିଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରେ ୟୁନିଟ୍‌ 4 ଅଞ୍ଚଳରୁ 2ଟି ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା,ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି । ସେହିପରି ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି ହୋଇଛି । ଏହି 81 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣ ମୃତ୍ୟୁବରଣ କରିଛନ୍ତି, 27ଟି ଆକ୍ଟିଭ୍‌ କେସ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ 130ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା 2608କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ 1,117 ଜଣ ଚିକିତ୍ସାଧୀନ ଥିବାବେଳେ 1481 ଜଣ ସୁସ୍ଥ ହୋଇଛନ୍ତି। ପୂର୍ବରୁ କରୋନା ଯୋଗୁଁ  7ଜଣଙ୍କ ମୃତ୍ୟୁ ଘଟିଥିବାବେଳେ  ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଦିନ 2.50ରେ ଭୁବନେଶ୍ବରରେ ପହଞ୍ଚିବେ

ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ କୋଲକାତାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହା ପରେ ଓଡ଼ିଶା ଆସିବେ ମୋଦି । କୋଲକାତା ଏୟାରପୋର୍ଟରୁ ଅପରାହ୍ନ 1ଟା 45ରେ ବାହାରିବେ।  ଦିନ 2ଟା 50ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2ଟା 55ରୁ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକରେ ଯୋଗ ଦେବେ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 57 କରୋନା ଆକ୍ରାନ୍ତ ସୁସ୍ଥ, କରୋନା ମୁକ୍ତ ହେଲା ଭୁବନେଶ୍ବର

ଭୁବନେଶ୍ବର : ଭୁବନେଶ୍ବର ଏବେ କରୋନା ମୁକ୍ତ । ଭୁବନେଶ୍ବରରୁ ତିନିଜଣ ସୁସ୍ଥ ହୋଇଥିବାବେଳେ ଭୁବନେଶ୍ବରରେ ଆଉ ଆକ୍ଟିଭ୍‌ କେସ ନାହାନ୍ତି । ଭୁବନେଶ୍ବର ଭଳି ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ହୋଇଛି।

ଆଜି ରାଜ୍ୟରେ 57 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ 40 ଜଣ ରହିଥିବାବେଳେ ବଲାଙ୍ଗିରର 2 ଜଣ, ଜଗତସିଂହପୁରର ପାଞ୍ଚ ଜଣ, ମୟୂରଭଞ୍ଜର ଚାରି ଜଣ, ଭୁବନେଶ୍ବରର ତିନି ଜଣ ଓ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ଏବେ ସର୍ବମୋଟ 277 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ବରରୁ ଜଣେ ରୋଗୀ ସୁସ୍ଥ ହୋଇଥିବାବେଳେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 119ରେ ପହଞ୍ଚିଲା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 77 ବର୍ଷ ହୋଇଥିବାବେଳ ସେ ଆକ୍ରାନ୍ତ ନମ୍ବର 41ଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି।

ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ 47ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 26 ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 2421ଟି ସାମ୍ପଲ୍‌ ଟେଷ୍ଟ ହୋଇଛି। ଏଯାବତ୍‌ ମୋଟ 29 ହଜାର 108ଟି ନମୁନା ପରୀକ୍ଷା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ସହରାଞ୍ଚଳରେ ଜାରି ରହିବ ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳରେ ପୂର୍ବବତ୍‌ ଲକ୍‌ ଡାଉନ୍‌ କଟକଣା ଜାରି ରହିବ । କରୋନା ସଂକ୍ରମଣକୁ ରୋକିବାକୁ ଏହି ଲକ୍‌ ଡାଉନ୍‌ ଜାରି ରହିବ ବୋଲି ସୂଚନା ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିବ । ଭୁବନେଶ୍ବରରେ କଟକଣା ଜାରି ରହିବା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ବରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସର୍ବମୋଟ 46 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 25ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। 20 ଜଣ ଚିକିତ୍ସାଧୀନ ରହିଛନ୍ତି ।