Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ନଭେମ୍ବର ୨ ରୁ ଆରମ୍ଭ ହେବ ଭୂବନେଶ୍ୱର-ଜୟପୁର ବିମାନ ସେବା

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ଏକ ଖୁସି ଖବର ଆସିଛି। ଏଣିକି ଭୁବନେଶ୍ୱରରୁ ସିଧା ଜୟପୁରକୁ ବିମାନ ଉଡ଼ିବା ନେଇ ଘୋଷଣ ହୋଇଛି। ନଭେମ୍ବର ୨ ତାରିଖ ଠାରୁ ଜୟପୁର ସହରକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୩ ଥର ଏହି ବିମାନ ସେବା ଚାଲିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନ ଚଳାଚଳ ଲାଗି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ତେବେ ଉଭୟ ରାଜ୍ୟର ସ୍ଵାର୍ଥକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ଉଭୟ ରାଜ୍ୟ ଉପକୃତ ହେବେ ବୋଲି ସେ କହିଛନ୍ତି। ଯେହେତୁ ଓଡିଶା ଏବଂ ରାଜସ୍ଥାନରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ ରହିଛି, ତେଣୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏଥିରୁ ଉପକୃତ ହେବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ତେଣୁ ଏହି ବିମାନ ସେବାକୁ ଅନୁମତି ଦେଇଥିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।