Categories
ଆଜିର ଖବର ଖେଳ ଜାତୀୟ ଖବର

ଭେଙ୍କଟେଶ ଆୟରଙ୍କ ସହିତ ବ୍ୟାଟିଂ ଆରମ୍ଭ କରିବ କିଏ?, ଜାଣନ୍ତୁ କୋଲକାତାର ପ୍ଳେଇଂ ଏକାଦଶ

କୋଲକୋତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ୧୫ ତମ ସଂସ୍କରଣର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯିବ। ଏଥର ମୋଟ ୧୦ ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ। ଆଇପିଏଲର ଲିଗ୍ ପର୍ଯ୍ୟାୟରେ ସମୁଦାୟ ୭୦ ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ଦଳ ୧୪-୧୪ ମ୍ୟାଚ୍ ଖେଳିବେ। କେଉଁ ଖେଳାଳିଙ୍କୁ ନେଇ କେକେଆର୍ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ, ଆସନ୍ତୁ ଜାଣିବା।

କେକେଆର୍ ଗତ ବର୍ଷ ସେମାନଙ୍କ ଅଧିନାୟକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଏହା ପରେ ଦଳ ନିଲାମରେ ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କୁ କିଣିଥିଲା। ଆୟର ଦୀର୍ଘ ସମୟ ଧରି ଦିଲ୍ଲୀର ଅଧିନାୟକତ୍ୱ କରିଛନ୍ତି ଏବଂ ସେ ବର୍ତ୍ତମାନ ସମୟରେ ଭଲ ଫର୍ମରେ ଅଛନ୍ତି।

କେକେଆର୍ ର ସମ୍ଭାବ୍ୟ ଖେଳାଳି ଏକାଦଶ:

ଆରୋନ୍ ଫିଞ୍ଚ, ଭେଙ୍କଟେଶ ଆୟର୍, ନୀତୀଶ ରାଣା, ଶ୍ରେୟସ୍ ଆୟର୍ (ଅଧିନାୟକ), ଶେଲଡନ୍ ଜ୍ୟାକସନ (ୱି.କି), ଅନୁକୁଲ ରଏ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାଭି ଏବଂ ପ୍ୟାଟ କମିନ୍ସ।

କେକେଆର୍ ର ପୂର୍ଣ୍ଣ ଦଳ:

ଆଣ୍ଡ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର, ସୁନୀଲ ନାରିନ, ଶ୍ରେୟାସ ଆୟର (ଅଧିନାୟକ), ପ୍ୟାଟ କମିନ୍ସ, ନୀତୀଶ ରାଣା, ଶିବମ ମାଭି, ଶେଲଡନ ଜ୍ୟାକସନ, ଅଜିଙ୍କ୍ୟ ରାହାନେ, ରିଙ୍କୁ ସିଂ, ଅନୁକୁଲ ରୟ, ରସିଖ ଦାର, ଚମିକା କରୁଣାରତ୍ନେ, ବାବା ଇନ୍ଦ୍ରଜିତ, ଅଶୋକ ଶର୍ମା, ପ୍ରଥମ ସିଂ, ଅଭିଜିତ୍ ତୋମର, ସାମ ବିଲିଙ୍ଗସ୍, ଆରୋନ ଫିଞ୍ଚ, ରମେଶ କୁମାର, ମହମ୍ମଦ ନବୀ, ଅମନ ଖାନ, ଉମେଶ ଯାଦବ।