Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ସହ ତୁଳନା କରିବାରୁ ହେମା ମାଳିନୀ କହିଲେ ଏମିତି କଥା

ମୁମ୍ବାଇ, କେତେକ ଗଣମାଧ୍ୟମରେ କୁହାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଯେପରି ଟାର୍ଗେଟ କରାଯାଉଛି, ସେହିଭଳି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ଆତ୍ମହତ୍ୟା ପରେ ଟାର୍ଗେଟ କରାଯାଇଥିଲା। ଏପରି ଖବରରେ ରେଖା କୌଣସି ପ୍ରକିତ୍ରିୟା ଦେଇ ନାହାଁନ୍ତି ସତ, ହେଲେ ତାଙ୍କର ଘନିଷ୍ଠ ବାନ୍ଧବୀ ହେମାମଳିନୀ କିନ୍ତୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ରେଖାଙ୍କୁ ରିୟା ଚକ୍ରବର୍ତ୍ତୀ ସହ ତୁଳନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏପରି ସମାଲୋଚାନାରୁ ‘ରେଖାକୁ ଦୂରରେ ରଖ’  ବୋଲି ହେମାମାଳିନୀ କହିଛନ୍ତି।

ରେଖାଙ୍କୁ ସମର୍ଥନ କରି ହେମାମାଳିନୀ ଆହୁରି କହିଛନ୍ତି ଯେ ବିଚରା ରେଖା ଏ ଭିତରକୁ କେମିତି ଆସିଲେ। ଏପରି ବିବାଦ ଭିତରକୁ ଜଣେ ବରିଷ୍ଠ ତଥା ସମ୍ମାନସ୍ପଦ ଅଭିନେତ୍ରୀଙ୍କୁ ଟାଣିବା ଆଦୌ ଠିକ୍ ନୁହେଁ। ”

ଏ କ୍ଷେତ୍ରରେ ଗଣମାଧ୍ୟମକୁ ଆତ୍ମ ନିୟନ୍ତ୍ରଣ କରିବାକୁ ହେମା ଅନୁରୋଧ କରିଥିଲେ। “ଦୟାକରି 30 ବର୍ଷ ପୂର୍ବେ ଘଟିଥିବା ବିବାଦ ଏବଂ ଘଟଣାଗୁଡ଼ିକୁ ଅନାବଶ୍ୟକ ଭାବରେ ପୁନର୍ଜୀବିତ କରନ୍ତୁ ନାହିଁ। ରେଖା ବର୍ତ୍ତମାନ ସୁଖରେ ତାଙ୍କର ବ୍ୟକ୍ତିଗତ ଜୀବନ ବିତାଉଛନ୍ତି। ସାଧାରଣ ଲୋକ ଭୁଲିଯାଇଥିବା ଏକ ଦୁଃଖଦ ଘଟଣାକୁ ପୁଣି ଥରେ ମନେ ପକାଇବା ଆବଶ୍ୟକ ନାହିଁ ବୋଲି ହେମା କହିଛନ୍ତି।  1990 ମସିହାରେ, ରେଖା ତାଙ୍କର ଜଣେ ପ୍ରଶଂସକଙ୍କୁ ବିବାହ କରିଥିଲେ, ଯିଏକି ପରେ ରେଖାଙ୍କ ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ।