Categories
ଆଞ୍ଚଳିକ

ବାଣପୁର: ଭେଟେଶ୍ବରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୩୧ ୟୁନିଟ ରକ୍ତ ସଂଗ୍ରହ

ବାଣପୁର: “ସମ୍ବାଦ ଆମ ଓଡ଼ିଶା” ସହିତ ଭେଟେଶ୍ବର ଗ୍ରାମ ପଞ୍ଚାୟତ ଏବଂ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଭେଟେଶ୍ବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମନ୍ତ୍ରିତ ଅତିଥି ଭାବେ ବାଣପୁର ଵ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଉପାଧ୍ୟକ୍ଷା ରୀନା ଦେଇ, ଭେଟେଶ୍ବର ସରପଞ୍ଚ ସାବିତ୍ରୀ ଭୋଳ, ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ପ୍ରତିନିଧି ଜିତେନ୍ଦ୍ର କୁମାର ଭୋଳ, ସମାଜସେବୀ ମାଧବ ପ୍ରଧାନ, ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।

ଏହି ଅବସରରେ ଉପରୋକ୍ତ ଆମନ୍ତ୍ରିତ ଅତିଥି ମାନଙ୍କ ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିବା ଶାଳିଆ ପ୍ରେସ କ୍ଲବର ଉପଦେଷ୍ଟା ଅରୁଣ କୁମାର ପଣ୍ଡା, ସମାଜ ସେବୀ ଭି. କାମେଶ୍ବର ଆଚାରୀଙ୍କୁ ଏହି ଅବସରରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ଭେଟେଶ୍ବରର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ନିଜେ ରକ୍ତ ଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ଖୋର୍ଦ୍ଧା ରକ୍ତ ଭଣ୍ଡାର ପକ୍ଷରୁ ଡ଼ାକ୍ତର ସୁନନ୍ଦା ରାଣୀ ମିଶ୍ର, ବରିଷ୍ଠ ଲାବ ଟେକନିସିଆନ ଅରୁଣ କୁମାର ସାହୁ, ଏଲ .ଟି ତଥା ଝୁନୁଲତା ସାହୁ ଓ ସୁକାନ୍ତ ସାମନ୍ତସିଂହାର, କାଉନସେଲର ଲକ୍ଷ୍ମୀ ପ୍ରିୟା ପ୍ରଧାନ ଉପସ୍ଥିତ ରହି ରକ୍ତ ସଂଗ୍ରହ ସହିତ ରେଡକ୍ରସ ତରଫରୁ ପ୍ରମାଣପତ୍ର ଓ ଗ୍ରୁପି° କାର୍ଡ ତଥା ସମ୍ବାଦ ଆମ ଓଡ଼ିଶା ପ୍ରଦତ୍ତ ପ୍ରମାଣପତ୍ର ରକ୍ତଦାତାଙ୍କୁ ବଣ୍ଟନ କରିଥିଲେ।

ବାଣପୁର ଵ୍ଲକ ସମ୍ବାଦ ପ୍ରତିନିଧି ଶିଵଶକ୍ତି ସାସମଲ ଓ ନାଚୁଣୀ ସମ୍ବାଦ ପ୍ରତିନିଧି ପ୍ରଦୋଷ କୁମାର ଦାସଙ୍କ ମିଳିତ ନେତୃତ୍ବରେ ଆୟୋଜିତ ଏହି ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ ସହିତ ବିରଳ “ଓ” ନେଗେଟିଭ ରକ୍ତ ସଂଗ୍ରହ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସ୍ବଚ୍ଛ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ’ କାର୍ଯ୍ୟକ୍ରମ ଆଧାରରେ ଅଞ୍ଚଳର ସମସ୍ତ ବ୍ୟବସାୟୀ ତଥା ଦୋକାନୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନା କରାଯାଇଛି। ଆର୍ବଜନାକୁ ଏଣେତେଣେ ନ ପକାଇ ଏକାଠି ରଖିବା ସହିତ ଆବର୍ଜନା କୁଣ୍ଡ ଗୁଡ଼ିକର ଉଚିତ୍‌ ବ୍ୟବହାର ସମ୍ପର୍କରେ ସୂଚନା ଦିଆଯାଇଛି। ସେହିପରି ରାସ୍ତାରେ ବର୍ଜ୍ୟବସ୍ତୁ ନ ପକାଇ ଉଦ୍ଦିଷ୍ଟ ଉପଯୁକ୍ତ ଆର୍ବଜନା କୁଣ୍ଡଗୁଡ଼ିକରେ ବ୍ୟବହାର କରିବା ସହ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ଆୟୋଜିତ ସ୍ବଚ୍ଛତା ଆଡକୁ ଏକ ପାଦ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଗ୍ରାମ ପଞ୍ଚାୟତ ମନିଟର୍‌ ପ୍ରମୋଦ କୁମାର ଜେନା, ଅଙ୍ଗନ ଓ୍ବାଡି କର୍ମୀଙ୍କ ସମେତ କୁରୁଞ୍ଜିପୁର ଗ୍ରାମର ସମସ୍ତ ଏସଏଚଜି ଗ୍ରୁପ୍‌ର ସଦସ୍ୟାମାନଙ୍କ ସହ ଗ୍ରାମର ସ୍ବେଚ୍ଛାସେବୀ ଯୁବକ ଯୁବତୀମାନେ ଭାଗ ନେଇଥିଲେ। ସ୍ବଚ୍ଛ କାର୍ଯ୍ୟକ୍ରମ ଜରିଆରେ ଖାଲି ମଦ ବୋତଲ ଉଦ୍ଧାର କରାଯାଇଛି। ମଦ ବୋତଲ ଠାବ ହୋଇଥିବା ସ୍ଥାନରେ ଭେଟିନାଥଦେବ ବିଦ୍ୟାପୀଠ ରହିଥିବାରୁ ବିଦ୍ୟାଳୟ ନିକଟରେ ଏପରି ଅସାମାଜିକ କାର୍ଯ୍ୟକୁ ନିନ୍ଦା କରିଛନ୍ତି ସ୍ଥାନୀୟ ସରପଞ୍ଚ। ବିଦ୍ୟାଳୟ ନିକଟ ରାସ୍ତାରେ ଏହି ମଦ ବୋତଲ ଠାବ ହୋଇଥିବାବେଳେ ଏହା ବିଦ୍ୟାର୍ଥୀଙ୍କ ଉପରେ କି’ ପ୍ରକାର ପ୍ରଭାବ ପକାଇବ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ସରପଞ୍ଚ।

ଏହି ଅବସରରେ ସରପଞ୍ଚ ଲୋକଙ୍କୁ ସଚେତନତା କରିବା ସହ ଆର୍ବଜନାଗୁଡ଼ିକ ପାଇଁ ଆର୍ବଜନା କୁଣ୍ଡଗୁଡ଼ିକର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ। ଧଳା, କଳା ଓ ସବୁଜ ରଙ୍ଗର ଆର୍ବଜନାକୁଣ୍ଡଗୁଡ଼ିକୁ କିପରି ବ୍ୟବହାର କରାଯିବ, ସେ ସମ୍ପର୍କରେ ଅବଧାରଣା କରିଥିଲେ ସରପଞ୍ଚ। ଅଣଜୈବ ବିଘଟନଶୀଳ ବର୍ଜବ୍ୟସ୍ତୁ ପାଇଁ ଧଳା ରଙ୍ଗର ଆର୍ବଜନା କୁଣ୍ଡ, ଜୈବ ବିଘଟନଶୀଳ ବର୍ଜ୍ୟବସ୍ତୁ ପାଇଁ ସବୁଜ ରଙ୍ଗର କୁଣ୍ଡ ଓ କଳାରଙ୍ଗର ଆର୍ବଜନା କୁଣ୍ଡକୁ ଘରୋଇ କ୍ଷତିକାରକ ଆର୍ବଜନା ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଓଦା ଆର୍ବଜନାକୁ କମ୍ପୋଷ୍ଟ ଗାତରେ ପକାଇବା  ସହ ସମେସ୍ତ ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ସରପଞ୍ଚ। ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତାକୁ ନେଇ ଏଇ ନିଆରା କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ସ୍ବଚ୍ଛତା ଭାରତ ମିଶନ ତରଫରୁ ଖୋର୍ଦ୍ଧା ଜିଲ୍ଲାର ୧୯୦ଟି ପଞ୍ଚାୟତରେ ‘ସ୍ବଚ୍ଛତା କାର୍ଯ୍ୟକ୍ରମ’ ଆରମ୍ଭ କରାଯିବ। ତେବେ ଏହି କାର୍ଯ୍ୟକ୍ରମକୁ ପରୀକ୍ଷଣ ଭାବରେ ବାଣପୁର ବ୍ଲକର ଚାରୋଟି ପଞ୍ଚାୟତକୁ ନିଆଯାଇଛି। ଏହି ପଞ୍ଚାୟତଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଏହାର ରୂପରେଖକୁ ନିର୍ଣ୍ଣୟ ଦିଆଯିବ ବୋଲି ସୂଚନା ରହିଛି।