Categories
ଆଞ୍ଚଳିକ

ବାଣପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ!: ଯୌତୁକ ଲାଗି ବୋହୁକୁ ମାରି ପୋଡ଼ି ଦେଇଥିବା ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକା ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି। ଖବର ମୁତାବକ ଭେଷରୀ ଗ୍ରାମର ଲକ୍ଷ୍ମଣ ଜେନାଙ୍କ କନ୍ୟା ଶାନ୍ତି ଘଡେଇ ୨୦୦୫ ମସିହାରେ ଭେଟେଶ୍ୱର ଗ୍ରାମର ଅଭିରାମ ଘଡେଇଙ୍କ ପୁତ୍ର ପ୍ରକାଶ ଘଡେଇଙ୍କୁ ବିବାହ କରିଥିଲେ। ଇତି ମଧ୍ୟରେ ଶାନ୍ତିଙ୍କ କୌଣସି ସନ୍ତାନ ହୋଇନଥିବା ବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ।

ତେବେ ଗତକାଲି ଶାନ୍ତିଙ୍କ ଦେହ ଖରାପ ଥିବା ନେଇ ଶ୍ୱଶୁର ଘର ଲୋକେ ତାଙ୍କ ବାପା ଘରକୁ ଜଣାଇଥିଲେ। ତେବେ ଶାନ୍ତିଙ୍କ ପରିବାରବର୍ଗ ଭେଟେଶ୍ୱର ପହଁଚିଲା ବେଳକୁ ଶାନ୍ତିଙ୍କ ମୃତ୍ୟୁ ହୋଇସାରିଥିଲା ଏପରିକି ତାଙ୍କୁ ସ୍ମଶାନରେ ମଧ୍ୟ ଦାହ କରିଦେଇଥିବା ପରିବାରବର୍ଗ ସଙ୍ଗୀନ ଅଭିଯୋଗ କରିଛନ୍ତି।

ଏ ନେଇ ବାଣପୁର ପୋଲିସ ଶାନ୍ତିଙ୍କ ସ୍ୱାମୀ ପ୍ରକାଶ ଏବଂ ଅନ୍ୟ ଛଅ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୨୫୧/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି।