Categories
ଆଞ୍ଚଳିକ

ନାକଟିଦେଉଳ: ଭୋଟର୍ ସଚେତନତା ଅଭିଯାନ

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁର ପକ୍ଷରୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଭୋଟର୍ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି।

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଧର ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଗଣତନ୍ତ୍ର କୁ ସୁଦୃଢ଼ କରିବା ପାଇଁ ସମସ୍ତେ ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଥିଲେ।

ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସବୀ ପ୍ରଦୀପ କୁମାର ବିଶ୍ଵାଳ କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭୋଟର୍ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥଲେ।

ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଆୟୋଜିତ ଜଣା ଅଜଣା ପ୍ରତିଯୋଗିତାରେ ଶୁଭ୍ର ଜିତ୍ ଦେହୁରୀ, ମାନସ୍ ମହାପାତ୍ର ଓ ତେଜସ୍ମିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା।