Categories
ବିଶେଷ ଖବର

ବର୍ତ୍ତମାନ ଭୋଟର ଆଇଡିକୁ ଆଧାର ସହିତ କରାଯିବ ଲିଙ୍କ: ସରକାର ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ: ପୂର୍ବରୁ ଆଧାରକୁ ପାନ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ ଥିଲା। ବର୍ତ୍ତମାନ ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ମଧ୍ୟ ଜରୁରୀ ହୋଇପଡିଛି। ସରକାରଙ୍କ ଏହି ନିଷ୍ପତ୍ତି ସହିତ ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ଭୋଟର ପରିଚୟ ପତ୍ର ରହିବ ଏବଂ ଯେଉଁମାନେ ଅଧିକରୁ ଅଧିକ ଭୋଟର ପରିଚୟ ପତ୍ର ରଖିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା, ନକଲି କାର୍ଡକୁ ହଟାଇବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଏ। ଏହି ନିଷ୍ପତ୍ତି ସମ୍ପର୍କରେ ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ଆଇନ ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଆଇନ ମନ୍ତ୍ରୀ ଏକ ଚାର୍ଟ ଅଂଶୀଦାର କରିଛନ୍ତି ଯେଉଁଥିରେ ଲେଖା ଅଛି ଯେ, ଭୋଟର ରୋଲ ଡାଟା ଆଧାର ଇକୋସିଷ୍ଟମ ସହିତ ସଂଯୁକ୍ତ ହେବା ପରେ ଏକାଧିକ ଭୋଟର ପରିଚୟ ପତ୍ର ବିଭିନ୍ନ ସ୍ଥାନରେ ସମାନ ବ୍ୟକ୍ତିଙ୍କ ଦ୍ୱାରା ତିଆରି ବନ୍ଦ କରିବାରେ ସାହାଯ୍ୟ କରିବ। ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ମୋଦୀ ସରକାର ନେଇଥିବା ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉ କି, ଏପ୍ରିଲ୍ ୧ ତାରିଖ ୨୦୨୨ ଠାରୁ, ପାନ୍ କୁ ଆଧାର ସହିତ ସଂଯୋଗ କରିବା ପାଇଁ ଜରିମାନା ଦେବାକୁ ପଡୁଛି। ଜୁନ୍ ୩୦ ପରେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ବାସ୍ତବରେ ଏପ୍ରିଲ ୧ ତାରିଖ ଠାରୁ ଆଧାରକୁ PAN ନମ୍ବର ସହିତ ସଂଯୋଗ କରିବା ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡୁଛି। କିନ୍ତୁ ଯଦି ଆପଣ ଜୁନ୍ ୩୦ ତାରିଖ ୨୦୨୨ ସୁଦ୍ଧା ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କୁ ଜୁଲାଇ ୧ ତାରିଖରୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।