Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଉପରେ ରାଜନୈତିକ ଦଳ ସହ ଜିଲ୍ଲାପାଳଙ୍କ ବୈଠକ

ଖୋର୍ଦ୍ଧା: ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ଅଧକ୍ଷତାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ତା ୦୩/୧୧/୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ବୈଠକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ସ୍ଥିରୀକୃତ ତା ୫/୧୧/୨୦୨୩, ୧୧/୧୧/୨୦୨୩, ୧୯/୧୧/୨୦୨୩ ଏବଂ ୨୫/୧୧/୨୦୨୩ ରିଖ ଦିନ ଗୁଡିକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ନିର୍ଭୁଲ ସଂଶୋଧନ ଓ ଆସନ୍ତା ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ସଚେତନତା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକର ସହଯୋଗ ଜାରି ରଖିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ ଓ ଉପସ୍ଥିତ ପ୍ରତିନିଧି ମାନେ ସହମତି ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବୁଥ ସ୍ତରରେ ହେବ ଭୋଟର ତାଲିକା ସଂଶୋଧନ, ବିଭିନ୍ନ ଜିଲ୍ଲା ପାଇଁ ହେଲା ତାରିଖ ଘୋଷଣା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜାନୁଆରୀ ୫ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥି ପୂର୍ବରୁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରତି ବୁଥ୍‌ରେ ସେମାନଙ୍କ ଦଳ ତରଫରୁ ଜଣେ ଲେଖାଏଁ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ଦଳ ତରଫରୁ ଫଟୋ ପରିଚୟ ପତ୍ର ଦେବେ ଓ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଏକକିତା ଲେଖାଏଁ ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଇଆର୍‌ଓ ତଥା ଉପଜିଲ୍ଲାପାଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ।

ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରିବା, ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ତାଲିକା ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ଫଳରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତପ୍ରକାଶ କରିଛନ୍ତି।

ବୁଥ୍‌ସ୍ତରୀୟ ଏଜେଣ୍ଟ ବୁଥ୍‌ ହୋଇଥିବା ଗ୍ରାମ ସଂପୃକ୍ତ ବୁଥ୍‌ ଅଞ୍ଚଳର ହୋଇଥିବା ଆବଶ୍ୟକ। ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ନଂ-୭ ପୂରଣ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଦେଲେ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ ହେବ। ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ଓଡ଼ିଶା ପାଇଁ ୪ ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ସ୍ଥିର କରିଛନ୍ତି।

ଆସନ୍ତା ନଭେମ୍ବର ମାସ ୫ ତାରିଖ (ରବିବାର), ନଭେମ୍ବର ମାସ ୧୯ ତାରିଖ (ରବିବାର), ନଭେମ୍ବର ୧୧ ତାରିଖ (ଶନିବାର) ଏବଂ ନଭେମ୍ବର ୨୫ ତାରିଖ (ଶନିବାର) ଦିନ ରାଜ୍ୟର ସବୁ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଲାଗି ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ ଗ୍ରହଣ ଓ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ।

ଏହି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସମାନଙ୍କରେ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହି ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଯଦି ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିନଥାନ୍ତି, ଯାଥାଶୀଘ୍ର ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି।

ଏତଦ୍‌ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍‌ ଓ ଭିଭିପ୍ୟାଟ୍‌ର (ଏଫ୍‌ଏଲ୍‌ସି) ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ତନଖି କାର୍ଯ୍ୟ ଅନୁଷ୍ଠିତ ହେବ।

ସେହିପରି ଅବଶିଷ୍ଟ ୨୦ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ତନଖି କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଫ୍‌ଏଲ୍‌ସି ଅନୁଷ୍ଠିତ ହେବାକୁ ଥିବା ଦିନଗୁଡ଼ିକରେ ପ୍ରତି ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଇଭିଏମ୍‌ ଓ ଭିଭିପ୍ୟାଟ୍‌ ତନଖି କାର୍ଯ୍ୟ ଦିନରେ ଉପସ୍ଥିତ ରହିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ତନଖି କାର୍ଯ୍ୟ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାଶ, ଭାରତୀୟ ଜାତୀୟ କଂଗ୍ରେସ୍‌ର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଆମ୍‌ ଆଦ୍‌ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଜୁ ଜନତା ଦଳର ମୁଖପାତ୍ର ଇପ୍‌ସିତା ସାହୁଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାପାଳ-ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬.୧୧.୨୦୨୦ରିଖ ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତା ୧୬.୧୧.୨୦୨୦ ରିଖ ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀର ପଂଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମତଦାନ କେନ୍ଦ୍ର(ବୁଥ୍‌)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତା ୧୫.୧୨.୨୦୨୦ରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ସମୟ ମଧ୍ୟରେ ମତଦାତାମାନେ ସେମାନଙ୍କର ଭୋଟର ତାଲିକା ସଂକ୍ରାନ୍ତୀୟ ତଥ୍ୟ ଯାଚଂ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ୨୦୨୧ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରବାକୁ ଥିବା ଯୁବକ ଯୁବତୀ ମାନେ ଭୋଟର ତାଲିକାରେ ନିଜର ନାମ ସାମିଲ କରିବା ପାଇଁ ଫର୍ମ-୬ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ ଭୋଟର ତାଲିକା ସଂଶୋଧନ ପାଇଁ ନିୟୋଜିତ ହୋଇଛନ୍ତି। ସେ ଘରକୁ ଘର ବୁଲି ଭୋଟର ତାଲିକାରେ ମୃତ, ସ୍ଥାନାନ୍ତରିତ ଏବଂ ଦୋହରା ନାମ ସଂଯୋଗ ହୋଇଥିବା ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବେ ଓ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ସହାୟକ ହେବେ।

ନାଗରୀକମାନେ ସେମାନଙ୍କର ଆପତ୍ତି, ଆଭିଯୋଗ ଏବଂ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଉପ-ଜିଲ୍ଲାପାଳ/ବି.ଡି.ଓ/ତହସିଲଦାରଙ୍କ କାର୍ଯ୍ୟାଳୟ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ ଦାଖଲ କରିପାରିବେ। ଏତଦ୍‌ବ୍ୟତାତ ଏହି କାର୍ଯ୍ୟକ୍ରମ ନିମନ୍ତେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରାଯିବ। ଏହି ଦିବସରେ ବୁଥ୍ ସ୍ତରୀୟ ଅଧିକାରୀମାନେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ସଂପୃକ୍ତ ବୁଥ୍‌ରେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବେ।

ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା କରାଇବା ସହ ଯେପରି କୈାଣସି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା। ୧୫ ଜାନୁୟାରୀ-୨୦୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଏହି ବୈଠକରେ ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ଜିଲ୍ଲାପାଳ, ନିର୍ବାଚନ ଶାଶ୍ୱତ ଦାଶ, ସହକାରୀ ଜିଲ୍ଲାପାଳ ଦିନେଶ ମିଶ୍ର, ସହକାରୀ ଜିଲ୍ଲାପାଳ ପ୍ରମୋଦ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବି.ଜେ.ଡି ପ୍ରତିନିଧି ଅଲେଖ ଚରଣ ବାରିକ, ବି.ଜେ.ପି ପ୍ରତିନିଧି ଶାରଦା ପ୍ରସାଦ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପତିନିଧି ମାନସ କୁମାର ରଥ, ବି.ଏସ୍‌.ପି ପ୍ରତିନିଧି ଅଜୟ କୁମାର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।