Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

November 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାପାଳ-ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬.୧୧.୨୦୨୦ରିଖ ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତା ୧୬.୧୧.୨୦୨୦ ରିଖ ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀର ପଂଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମତଦାନ କେନ୍ଦ୍ର(ବୁଥ୍‌)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତା ୧୫.୧୨.୨୦୨୦ରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ସମୟ ମଧ୍ୟରେ ମତଦାତାମାନେ ସେମାନଙ୍କର ଭୋଟର ତାଲିକା ସଂକ୍ରାନ୍ତୀୟ ତଥ୍ୟ ଯାଚଂ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ୨୦୨୧ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରବାକୁ ଥିବା ଯୁବକ ଯୁବତୀ ମାନେ ଭୋଟର ତାଲିକାରେ ନିଜର ନାମ ସାମିଲ କରିବା ପାଇଁ ଫର୍ମ-୬ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ ଭୋଟର ତାଲିକା ସଂଶୋଧନ ପାଇଁ ନିୟୋଜିତ ହୋଇଛନ୍ତି। ସେ ଘରକୁ ଘର ବୁଲି ଭୋଟର ତାଲିକାରେ ମୃତ, ସ୍ଥାନାନ୍ତରିତ ଏବଂ ଦୋହରା ନାମ ସଂଯୋଗ ହୋଇଥିବା ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବେ ଓ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ସହାୟକ ହେବେ।

ନାଗରୀକମାନେ ସେମାନଙ୍କର ଆପତ୍ତି, ଆଭିଯୋଗ ଏବଂ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଉପ-ଜିଲ୍ଲାପାଳ/ବି.ଡି.ଓ/ତହସିଲଦାରଙ୍କ କାର୍ଯ୍ୟାଳୟ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ ଦାଖଲ କରିପାରିବେ। ଏତଦ୍‌ବ୍ୟତାତ ଏହି କାର୍ଯ୍ୟକ୍ରମ ନିମନ୍ତେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରାଯିବ। ଏହି ଦିବସରେ ବୁଥ୍ ସ୍ତରୀୟ ଅଧିକାରୀମାନେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ସଂପୃକ୍ତ ବୁଥ୍‌ରେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବେ।

ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା କରାଇବା ସହ ଯେପରି କୈାଣସି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା। ୧୫ ଜାନୁୟାରୀ-୨୦୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଏହି ବୈଠକରେ ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ଜିଲ୍ଲାପାଳ, ନିର୍ବାଚନ ଶାଶ୍ୱତ ଦାଶ, ସହକାରୀ ଜିଲ୍ଲାପାଳ ଦିନେଶ ମିଶ୍ର, ସହକାରୀ ଜିଲ୍ଲାପାଳ ପ୍ରମୋଦ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବି.ଜେ.ଡି ପ୍ରତିନିଧି ଅଲେଖ ଚରଣ ବାରିକ, ବି.ଜେ.ପି ପ୍ରତିନିଧି ଶାରଦା ପ୍ରସାଦ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପତିନିଧି ମାନସ କୁମାର ରଥ, ବି.ଏସ୍‌.ପି ପ୍ରତିନିଧି ଅଜୟ କୁମାର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଜଗତସିଂହପୁର ଜିଲ୍ଲା ଭୋଟର ତାଲିକା ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026

ଆଫଗାନିସ୍ତାନକୁ ପରାସ୍ତ କଲେ ମଧ୍ୟ WTC ରେ ଲାଭବାନ ହେବ ନାହିଁ ଭାରତ: କାରଣ ଆଶ୍ଚର୍ଯ୍ୟଜନକ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.