Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ
ରାଜ୍ୟ ଖବର

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ
ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭୋଟର ତାଲିକାରେ ଥିବା ନାନାଦି ତ୍ରୁଟିବିଚ୍ୟୁତିକୁ ସ୍ଥାୟୀ ଭାବେ ସୁଧାରିବା ଲକ୍ଷ୍ୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରୁ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ୱାର୍ଡରେ ଏହି ପାଇଲଟ୍ ସର୍ଭେ କରାଯିବ। ଏଥିପାଇଁ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୫୨କୁ ଚିହ୍ନଟ କରାଯାଇଛି। ଏହି ୱାର୍ଡଗୁଡ଼ିକରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସମ୍ପାଦନ କରିବେ। ରାଜଧାନୀରେ ଏହି ପାଇଲଟ୍ ସର୍ଭେର ସଫଳତା ପରେ, ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟବ୍ୟାପୀ ପଞ୍ଚାୟତ ଓ ପୌରାଞ୍ଚଳଗୁଡ଼ିକରେ ଘରକୁ ଘର ବୁଲି ସର୍ଭେ କରାଯିବ ଏବଂ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସଂଶୋଧିତ ଓ ନିର୍ଭୁଲ କରାଯିବ।

ସହରାଞ୍ଚଳରେ ଭୋଟର ତାଲିକାରେ ଅନେକ ଜଟିଳ ସମସ୍ୟା ରହିଥିବା ଦେଖାଯାଇଛି। ଗୋଟିଏ ପରିବାରର ସଦସ୍ୟମାନଙ୍କ ନାମ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ରହିବା, ଅସ୍ପଷ୍ଟ ଘର ନମ୍ବର ଏବଂ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନଥିବା ଭଳି କାରଣରୁ ଗୋଟିଏ ବୁଥ୍‌ରେ ୧୦ରୁ ୧୨ଟି ଅଲଗା ଅଞ୍ଚଳର ଭୋଟର ରହିଯାଉଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟରଙ୍କ ନାମ ଅନ୍ୟ ୱାର୍ଡର ତାଲିକାରେ ରହିବା ଯୋଗୁଁ ଭୋଟରମାନେ ନିଜ ମତଦାନ କେନ୍ଦ୍ରକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, ଯାହା ସହରାଞ୍ଚଳରେ ଭୋଟଦାନ ହାର କମିବାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି।

ଏହି ନୂତନ ସର୍ଭେ ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ମତଦାନ କେନ୍ଦ୍ରରେ ରଖିବା ସହ ଗୋଟିଏ ୱାର୍ଡର ସମସ୍ତ ଭୋଟରଙ୍କୁ ସଠିକ୍‌ ତାଲିକାଭୁକ୍ତ କରାଯିବ, ଯାହାଦ୍ୱାରା ମତଦାନ ପ୍ରକ୍ରିୟା ବେଶ୍‌ ସହଜ ହୋଇପାରିବ।

ପାଇଲଟ୍ ସର୍ଭେ ଭୋଟର ତାଲିକା ସଂଶୋଧନ ରାଜ୍ୟ ନିର୍ବାଚନ ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026
Latest News

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.