Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ହୃଦଘାତରେ ମୃତ୍ୟୁ: ଭୋଟ ଗ୍ରହଣ ସ୍ଥଗିତ

ବରଗଡ: ରାଜ୍ୟରେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବରଗଡ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେଣୁ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ମତଦାନକୁ ସ୍ଥଗିତ ରଖାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ମଧ୍ୟ ଆଉ ଜେନ ସରପଞ୍ଚ ପ୍ରାର୍ଥୀଙ୍କ ଅକାଳରେ ବିୟୋଗ ହୋଇଥିଲା। ବରଗଡ ଜିଲ୍ଲା ଭଟଲି କେଲେଣ୍ଡା ପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେଣୁ ଆଜିର ମତଦାନକୁ ସ୍ଥଗିତ ରଖାଯାଇଛି। ବରଗଡ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଏନେଇ ସୂଚନା ଦେଇଥିଲେ।