Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସୁନା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ପେରୁର ଏକ ସୁଦୂର ଅଞ୍ଚଳରେ ଅବସ୍ଥିତ ଏକ ସୁନା ଖଣିରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀମାନେ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନେ ଏହି ଘଟଣାକୁ ପେରୁ ଇତିହାସର ସବୁଠାରୁ ଖରାପ ଖଣି ଦୁର୍ଘଟଣା ବୋଲି ବିବେଚନା କରନ୍ତି।

ପେରୁର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ବିସ୍ଫୋରଣ ହେତୁ ଖଣି ଭିତରେ ନିଆଁ ଲାଗିଯାଇଥିଲା। ଏବଂ ଖଣିର ଗଭୀରତା ୧୦୦ ମିଟର ଥିଲା। ପୋଲିସ ମୃତକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ହିଁ ନିଆଁ ଲାଗିବା ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପୀଡିତଙ୍କ ମୃତଦେହ ବାହାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ଖଣିକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତକାଲି ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଗୁଜୁରାତ ଭରୁଚର ଏକ କୋଭିଡ଼ ହସ୍ପିଟାଲରେ ୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ରାତ୍ରି ପାଖାପାଖି ୧ ଟା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିବାରୁ ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲର ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ସକାଳ ୬ ଟା ୩୦ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲା। ତେବେ ସେ ପର୍ଯ୍ୟନ୍ତ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା।