Categories
ଆଜିର ଖବର ଜାତୀୟ ଖବର

ଏଥର ଦୂର ହେବ ପେଟ୍ରୋଲ ଚିନ୍ତା!: ପାଣିରେ ଚାଲିବ ମଟର ସାଇକେଲ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦାମ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଲାଣି। ଏନେଇ ଲୋକେ ଚିନ୍ତାରେ ଥିବା ବେଳେ ବିଏସସିରେ ପଢୁଥିବା ୫ ଜଣ ଛାତ୍ର ଏକ ଖୁସି ଖବର ଦେଇଛନ୍ତି। ଏହି ପାଞ୍ଚ ଜଣ ଛାତ୍ର ପେଟ୍ରୋଲ ବଦଳରେ ପାଣିରେ ବାଇକ ଚାଲିବା ଉପରେ ଏକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା କରି ଏକ କିଟ୍ ତିଆରି କରିଛନ୍ତି। ଯେଉଁଥିରେ ଲୋକେ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବାଇକରେ ଯାତ୍ରା କରିପାରିବେ ବୋଲି ଏହି ଛାତ୍ରମାନେ ଦୃଢତାର ସହ କହିଛନ୍ତି।

ଲକଡାଉନ ସମୟରେ ୟଶ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏହି କିଟ୍ ତିଆରି କରିଛନ୍ତି। ଯାହା ଦ୍ଵାରା ପାଣିର ସାହାଯ୍ୟରେ ବାଇକ ଚାଲିପାରିବ। ଏଥିପାଇଁ ସେମାନେ ପୁରୁଣା ଗାଡି ଏବଂ ଇଞ୍ଜିନକୁ ମଡ଼ିଫାଇ ବ୍ୟବହାର କରିଥିଲେ। ଖାରି ପାଣିରେ ହାଇଡ୍ରୋଜେନ ଏବଂ ଆକ୍ସିଜେନକୁ ଅଲଗା କରି ତାକୁ ପିଷ୍ଟନର ଇନ୍ଧନ ପାଇଁ ବ୍ୟବାହାର କରିଥିଲେ। ଏହା ଦ୍ଵାରା ବାୟୁ ପ୍ରଦୂଷଣ ହେବ ନାହିଁ ବୋଲି ୟଶ କହିଛନ୍ତି। ଏହି ରିସର୍ଚ୍ଚ ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଆର୍ଥିକ ସହାୟତା ମିଳିଲେ ଅଧିକ ରିସର୍ଚ୍ଚ କରି ହେବ ବୋଲି ସେମାନେ କହିଥିଲେ।