Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡିରେ ଧାନ ନକିଣିବା ସମସ୍ୟାକୁ ନେଇ ଅସନ୍ତୋଷ: ଚାଷୀଙ୍କ ଧାରଣା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କଠୋର ପରିଶ୍ରମ ପରେ ଅମଳ ଧାନକୁ ମଣ୍ଡି ଗ୍ରହଣ କରୁନଥିବା ସମସ୍ୟାର ସମାଧାନ ପାଇଁ ଅସନ୍ତୁଷ୍ଟ ଚାଷୀମାନେ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଧାରଣା ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଧାନ ଅମଳ ପରେ ଧାନକୁ ମଣ୍ଡିଉ ନେତା ପାଇଁ କିଛି ଚାଷୀଙ୍କୁ ଟୋକନ୍ ମିଳିଛି ଓ ଅନ୍ୟାନ୍ୟ ବହୁତ ଚାଷୀଙ୍କୁ ଟୋକନ୍ ମିଳିନାହିଁ। ଅନ୍ୟ ପକ୍ଷରେ ଟୋକନ୍ ମିଳିଥିବା କିଛି ଚାଷୀଙ୍କର ଅବଧି ସରିବାକୁ ଥିବାବେଳେ ମଣ୍ଡି ଧାନ ନେଇ ନାହାନ୍ତି। ଏତଦବ୍ୟତୀତ ମିଲର୍ ମାନେ ବସ୍ତା ପିଛା ୪ କିଲୋ ଧାନ କାଟି ନେଉଛନ୍ତି।

ଏହିଭଳି ପରିସ୍ଥିତିରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟା ନନ୍ଦ ଦାସ ଙ୍କ ନେତ୍ରୁତ୍ବରେ ଅନେକ ଚାଷୀ ଯଥା ଏ ନନ୍ଦକିଶୋର,ବାପି ପ୍ରଧାନ, ଚଣ୍ଡୀ ସାହୁ,ବଦ୍ରି ସାବତ ଚନ୍ଦନ ମହାରଣା ଙ୍କ ସୁନୀଲ ଚୌଧୁରୀଙ୍କ ସମେତ ଅନେକ ଚାଷୀ ଉକ୍ତ ଧାରଣା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଚାଷୀମାନଙ୍କ ଏହି ଭଳି ଧାରଣା ସମୟରେ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଓ ଯୋଗାଣ ଅଧିକାରୀ ଧୀରେନ୍ ସାହୁ ଧାରଣା ସ୍ଥଳରେ ପହଞ୍ଚି ଧାରଣାରତ ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣା ରୁ ଉଠିଥିଲେ।