Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିର କୋକସରା ବ୍ଲକ ମନରେଗା କାର୍ଯ୍ୟରେ ଦୁର୍ନୀତି ଘଟଣା, ନିରପେକ୍ଷ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଶେଷରେ ଗଣଧାରଣାରେ ବସିଲେ ଡାଲଗୁମା ପଞ୍ଚାୟତ ବାସିନ୍ଦା ।ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଗତ 6 ଓ 9 ତାରିଖ ଦିନ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ନିତୀରେ ସଂପୃକ୍ତ ବ୍ୟକ୍ତି ଓ ଅଧିକାରୀମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନଷ୍ଠାନ ଓ ସଠିକ୍ ତଦନ୍ତ ନ ହେବା ନେଇ ଗଣଧାରଣା ଦେଇଥିବା ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ।

ଗତ ସପ୍ତାହ 22 ତାରିଖ ଦିନ ଦୁର୍ନୀତି ରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦେଇ ଗୋଟିଏ ସପ୍ତାହ ସମୟ ଦେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହିଥିବା ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଯେ ପର୍ଯ୍ୟନ୍ତ ଉଚିତ୍ ତଦନ୍ତ ନ ହୋଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଛି ସେ ପର୍ଯ୍ୟନ୍ତ ଗଣଧାରଣା ଜାରିରହିବ ବୋଲି ପଞ୍ଚାୟତ ବାସିନ୍ଦା ପ୍ରକାଶ କରିଛନ୍ତି।