Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ବିହାରରେ ମନ୍ତ୍ରୀମଣ୍ଡଳ ବିସ୍ତାର!: ବିଜେପିର ଶାହନବାଜ ହୁସେନ ହୋଇପାରନ୍ତି ସାମିଲ

ପାଟନା: ଆସନ୍ତାକାଲି ନିତୀଶ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର ହେବାକୁ ଯାଉଛି। ଯାହାଫଳରେ ଦୀର୍ଘ ଦିନ ଧରି ବିହାରରେ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଲାଗିଥିବା ବିବାଦର ବିରାମ ଲାଗିପାରେ। ବର୍ତ୍ତମାନ ବିହାର ସରକାରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୪ ଜଣ ମନ୍ତ୍ରୀ ଅଛନ୍ତି, ଯାହାକି ଆଉ ୨୪ ଜଣ ମନ୍ତ୍ରୀଙ୍କ ପଦବୀ ଖାଲି ରହିଛି। ବିଜେପିର ଶାହନବାଜ ହୁସେନ, ସମ୍ରାଟ ଚୌଧୁରୀ, ନିତିନ ନବୀନ ଏବଂ ସଂଜୀବ ଚୌରାଶିୟାଙ୍କୁ ମନ୍ତ୍ରୀ ପଦ ମିଳିପାରେ। ସେହିପରି ଜେଡ଼ିୟୁ ପକ୍ଷରୁ ଜାମା ଖାଁ, ସଞ୍ଜୟ ଝା ଏବଂ ସୁମିତ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ମନ୍ତ୍ରୀମଣ୍ଡଳ ବିସ୍ତାର ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଜେପି ଉପରେ ଆରୋପ ଲଗାଇଥିଲେ। ବିଜେପି ପକ୍ଷରୁ କୌଣସି ମନ୍ତ୍ରୀଙ୍କ ନାମ ମିଳିନାହିଁ, ଯାହାଫଳରେ ମନ୍ତ୍ରୀମଣ୍ଡଳ ବିସ୍ତାର ହେବାରେ ବିଳମ୍ବ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେତେ ଶୀଘ୍ର ବିଜେପିର ତାଲିକା ପହଞ୍ଚିବ, ସେତେ ଶୀଘ୍ର ମନ୍ତ୍ରୀମଣ୍ଡଳ ବିସ୍ତାର କରାଯିବ ବୋଲି ସେ କହିଥିଲେ।