Categories
ଆଜିର ଖବର ରାଜ୍ୟ ଖବର

ଜନଗଣର ନେତା ବୀରେନ୍‌ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଜନଗଣର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର  ଜଣେ ରାଜନୈତିକ ନେତା ଓ ସମାଜ-ସଂସ୍କାରକ ଥିଲେ । ବାଲ୍ୟକାଳରୁ ତାଙ୍କ ମଧ୍ୟରେ ସାନବଡ଼ର ଭେଦଭାବ ନଥିଲା । ସେ ଜନସାଧାରଣଙ୍କୁ ଜନତା ଜନାର୍ଦ୍ଦନ ବୋଲି ବିଚାର କରୁଥିଲେ । ସେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ସାଧାରଣ ଲୋକ ଖୁବ୍‌ ଖୁସି ହୋଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜନଗଣର ନେତା ବୀରେନ୍‌ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ସଭାପତି ଶ୍ରୀ ପିୟଦର୍ଶୀ ମିଶ୍ର, ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରି ବ୍ୟକ୍ତିଗତ ଜୀବନରେ ସରଳତା, ତ୍ୟାଗ, ସେବା ଓ ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଭୀକତା ନିମନ୍ତେ ବୀରେନ୍‌ ମିତ୍ର ଚିରସ୍ମରଣୀୟ ରହିବେ ବୋଲି କହିଥିଲେ। ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।