Categories
ଅପରାଧ ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଇଡିର କାର୍ଯ୍ୟାନୁଷ୍ଠାନ

କୋଲକୋତା: ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ଶିକ୍ଷକ ନିଯୁକ୍ତି ମାମଲାରେ ଚଢାଉ ଓ ଜେରା ପରେ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କଠାରୁ ନକଦ କୋଟି କୋଟି ଟଙ୍କା ଏବଂ ସୁନା ଜବତ କରିଛି। ଜୁଲାଇ ୨୨ ତାରିଖ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ଚଢାଉ ଆରମ୍ଭ କରିଥିଲା। ଯାହା ଏବେ ମଧ୍ୟ ଏହି ଚଢାଉ ଜାରି ରହିଛି। ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଇଡି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଇଡି ମଧ୍ୟ ଅର୍ପିତାଙ୍କୁ ଗିରଫ କରିଛି।