Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଜି ରାତିରୁ ଲାଗୁ ହେବ ଜନତା କର୍ଫୁ, ଜାଣନ୍ତୁ କଣ ହେବ ବନ୍ଦ ଓ ଖୋଲା

ମୁମ୍ବାଇ, ଆଜି ରାତି ଆଠଟାରୁ ମହାରାଷ୍ଟ୍ର ଲାଗୁ ହେବ ଜନତା କର୍ଫୁ। 15 ଦିନ ପାଇଁ ଏହା ଲାଗୁ ହେବ। ମଙ୍ଗଳବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନାର ସ୍ଥିତି ଯେପରି ଅଛି ତାହାକୁ ମୁକାବିଲା କରିବା ପାଇଁ ଲକ ଡାଉନ ନିହାତି ଆବଶ୍ୟକ। ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଜନତା କଫ୍ୟୁ ଲଗାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହା 144 ଧାରା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଣ ରହିବ ଖୋଲା

ଆଗାମୀ 15 ଦିନ ପାଇଁ, କେବଳ ଜରୁରୀ ସେବା ସକାଳ ସାତରୁ ରାତି ଆଠ ପର୍ଯ୍ୟନ୍ତ ଖୋଲା ରହିବ।

ଡାକ୍ତରଖାନା, କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟର, ମେଡିକାଲ୍ ବୀମା କାର୍ଯ୍ୟାଳୟ, ମେଡିକାଲ୍ ଷ୍ଟୋର୍, ଫାର୍ମା କମ୍ପାନୀ ଏବଂ ଅନ୍ୟାନ୍ୟ ଚିକିତ୍ସା ସ୍ୱାସ୍ଥ୍ୟ ସେବା ଜାରି ରହିବ ।

ଜନସାଧାରଣ ପରିବହନରେ ବିମାନ ସେବା, ସ୍ଥାନୀୟ ଟ୍ରେନ୍, ବସ୍, ଅଟୋ ଟ୍ୟାକ୍ସି କାର୍ଯ୍ୟକ୍ଷମ ରହିବ, କିନ୍ତୁ କେବଳ ଜରୁରୀ ସେବାରେ ନିୟୋଜିତ କାର୍ଯ୍ୟ ବା ଲୋକଙ୍କୁ ଏଥିରେ ଯାତ୍ରା କରିବାକୁ ଅନୁମତି ଦିଆଯିବ, ଅନ୍ୟମାନଙ୍କୁ ନୁହେଁ।

ପ୍ରାଣୀ ଚିକିତ୍ସା ସେବା, ପଶୁ ଯତ୍ନ ଆଶ୍ରୟସ୍ଥଳୀ ଏବଂ ପୋଷା ଖାଦ୍ୟ ଦୋକାନ ଖୋଲା ରହିବ।

ଖାଦ୍ୟ ସାମଗ୍ରୀ, ପନିପରିବା ଦୋକାନ, ଫଳ ଦୋକାନ, ଦୁଗ୍ଧ, ବେକେରୀ ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ଖୋଲା ରହିବ । –

ଅନ୍ୟ ଦେଶର କୂଟନୀତି କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ।

ସମସ୍ତ ବ୍ୟାଙ୍କ ସମ୍ବନ୍ଧୀୟ ସେବା ଜାରି ରହିବ ।

ବ୍ୟାଙ୍କିଂ ଏବଂ ଇ-ବାଣିଜ୍ୟ (କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ) ସେବା ଜାରି ରହିବ ।

ହୋଟେଲ, ବାର୍, ରେଷ୍ଟୁରାଣ୍ଟ ଏବଂ ଷ୍ଟ୍ରିଟ୍ ଦୋକାନଗୁଡିକ ହୋମ ଡେଲିଭରି ପାଇଁ ଖୋଲା ରହିବ । ସେଠାରେ ବସି ଖାଇ ପାରିବେ ନାହିଁ ।

ଶ୍ରମିକମାନଙ୍କ ପାଇଁ ନିର୍ମାଣ ସ୍ଥଳରେ ରହିବାକୁ ବ୍ୟବସ୍ଥା କରାଯିବା ଉଚିତ, ସେମାନେ ଯିବାଆସିବା କରିପାରିବେ ନାହିଁ।

ସମସ୍ତ ଗଣମାଧ୍ୟମ ସମ୍ବନ୍ଧୀୟ ସେବା ଜାରି ରହିବ ।

ପେଟ୍ରୋଲ ପମ୍ପ, କାର୍ଗୋ ସେବା ଏବଂ ଆଇଟି ସମ୍ବନ୍ଧୀୟ ସେବା ଜାରି ରହିବ।

’ଣ ବନ୍ଦ ହେବ

ଧାରା 144 ରାଜ୍ୟରେ 15 ଦିନ ବଳବତ୍ତର ରହିବ, କୌଣସି ଜରୁରୀ କାମ ନ ହେଲେ ଯିବାଆସିବା ବନ୍ଦ ରହିବ।

ସିନେମା ହଲ୍, ପ୍ରେକ୍ଷାଳୟ, ମନୋରଞ୍ଜନ ପାର୍କ, ଭିଡିଓ ଗେମ୍ ପାର୍ଲର ଇତ୍ୟାଦି ବନ୍ଦ ରହିବ।

ଜିମ୍, ସୁଇମିଂ ପୁଲ୍, କ୍ଲବ୍ ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବନ୍ଦ ରହିବ।

ଚଳଚ୍ଚିତ୍ର, ସୁଟିଂ, ସିରିଏଲର ସୁଟିଂ ବନ୍ଦ ରହିବ।

ସ୍ପା, ସେଲୁନ୍, ବିୟୁଟି ପାର୍ଲର ଇତ୍ୟାଦି ବନ୍ଦ ରହିବ ।

ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ ।

ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ପାଇଁ ପୁଣି ଥରେ ଲକଡାଉନ ଘୋଷଣା, ଆସନ୍ତାକାଲି ରାତି 8ଟାରୁ ତିନିଦିନ ପାଇଁ ତାଲାବନ୍ଦ

ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ।

ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। ଏଥିସହିତ ହୋଟେଲ ରେସ୍ତୋରାଁ ପ୍ରମୁଖ ରାତି 9ଟା ପରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ କରୋନା ପରିସ୍ଥିତି ମହାରାଷ୍ଟ୍ରରେ ଅଣଆୟତ କରି ରଖିଛି। ଗତକାଲି ରାଜ୍ୟରେ 5 ହଜାର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଲଗାତାର ଭାବେ ଗତ 6ଦିନ ଧରି 3 ହଜାରରୁ ଉର୍ଦ୍ଧ କରୋନା ପଜେଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଏହି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ 51 ହଜାର ଟପିଲାଣି। ଯାହା ଦେଶରେ ସର୍ବାଧିକ କୋରନା ମୃତ୍ୟୁ ହାର ବୋଲି ଜଣାପଡିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଲୋକମାନଙ୍କୁ କଟକଣା ମାନିବା ପାଇଁ ଅନୁରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାହା ନ ହୁଏ ତେବେ ଏହି କଟକଣାକୁ କଡାକଡି କରିବା ପାଇଁ କୁହାଯାଇଛି।