Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ପାଇଁ ପୁଣି ଥରେ ଲକଡାଉନ ଘୋଷଣା, ଆସନ୍ତାକାଲି ରାତି 8ଟାରୁ ତିନିଦିନ ପାଇଁ ତାଲାବନ୍ଦ
ଜାତୀୟ ଖବର

କରୋନା ପାଇଁ ପୁଣି ଥରେ ଲକଡାଉନ ଘୋଷଣା, ଆସନ୍ତାକାଲି ରାତି 8ଟାରୁ ତିନିଦିନ ପାଇଁ ତାଲାବନ୍ଦ

February 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ।

ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। ଏଥିସହିତ ହୋଟେଲ ରେସ୍ତୋରାଁ ପ୍ରମୁଖ ରାତି 9ଟା ପରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ କରୋନା ପରିସ୍ଥିତି ମହାରାଷ୍ଟ୍ରରେ ଅଣଆୟତ କରି ରଖିଛି। ଗତକାଲି ରାଜ୍ୟରେ 5 ହଜାର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଲଗାତାର ଭାବେ ଗତ 6ଦିନ ଧରି 3 ହଜାରରୁ ଉର୍ଦ୍ଧ କରୋନା ପଜେଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଏହି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ 51 ହଜାର ଟପିଲାଣି। ଯାହା ଦେଶରେ ସର୍ବାଧିକ କୋରନା ମୃତ୍ୟୁ ହାର ବୋଲି ଜଣାପଡିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଲୋକମାନଙ୍କୁ କଟକଣା ମାନିବା ପାଇଁ ଅନୁରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାହା ନ ହୁଏ ତେବେ ଏହି କଟକଣାକୁ କଡାକଡି କରିବା ପାଇଁ କୁହାଯାଇଛି।

Lockdown ମହାରାଷ୍ଟ୍ର ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ମାଉଥୱାସର ଅତ୍ୟଧିକ ବ୍ୟବହାର ରକ୍ତଚାପ ବୃଦ୍ଧି କରିପାରେ!

April 25, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026
Latest News

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.