Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାକୁ ହତ୍ୟା ଘଟଣା: ଶବ ରଖି କିସିଣ୍ଡା ଥାନା ଘେରାଉ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ଗତ ୧୯ ଜାନୁଆରୀ ବୁଧବାର ଦିନ ସଂଧ୍ୟାରେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାକୁ କାକା ପୁଅ ଭାଇ ହତ୍ୟା କରି ଫେରାର୍ ହୋଇଥିବା ଘଟଣାକୁ ନେଇ ଆଜି ଲୋଇସିଂହ ଗ୍ରାମବାସୀ କିସିଣ୍ଡା ଥାନା ସମ୍ମୁଖରେ ମୃତ ମହିଳାର ଶବ ରଖି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣା ପଡିଛି । ସୂଚନା ଥାଉ କି ଗତ ୧୯ ତାରିଖ ବୁଧବାର ଦିନ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଲୋଇସିଂହ ଗ୍ରାମର କୁମାରୀ ମେହେର(୩୨)ଙ୍କ ସହ ନିଜ ବଡ ବାପା ପୁଅ କ୍ଷୀରୋଦରହି ଦାଶ ମଧ୍ୟରେ କଳହ ହୋଇଥିଲା। ଏପରିକି କୁମାରୀକୁ ହତ୍ୟାକାରୀ ନାନାପ୍ରକାର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲା। ସଂଧ୍ୟା ପାଖାପାଖି ୬ ଟା ସମୟରେ କୁମାରୀ ମେହେର ହତ୍ୟାକାରୀ ରୋହୀଦାସ ବିରୁଦ୍ଧରେ ଅଭିଯୋଗ କରିବାକୁ କିସିଣ୍ଡା ଥାନାକୁ ଯାଉଥିବା ବେଳେ କୁମାରୀକୁ ପିଛା କରୁଥିବା ରୋହୀଦାଶ ଥାନା ସମ୍ମୁଖରେ ଏକ ଟାଙ୍ଗିଆରେ ନୃଶଂସ ଭାବରେ ହତ୍ୟା କରି ଫେରାର୍ ହୋଇଯାଇଥିଲା।

ଆଜି ଘଟଣା ସ୍ଥଳକୁ ସାଇନଟଫିିକ୍ ଟିମ୍ ଆସି ତଦନ୍ତ କରି ଫେରି ଯାଇଥିଲେ। କିନ୍ତୁ ମୃତ ମହିଳାର ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପୋଲିସ୍ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଏହାକୁ ଘୋର ବିରୋଦ୍ଧ କରିଥିଲେ। ସକାଳ ୧୦ ଟାରୁ ଅପରାହ୍ନ ୬ ଟା ପର୍ଯ୍ୟନ୍ତ କିସିଣ୍ଡା ଥାନା ସମ୍ମୁଖରେ ଶବ ରଖି ଥାନାକୁ ଘେରାଉ କରିବା ସହ ପରିବାରକୁ ସୁରକ୍ଷା ପ୍ରଦାନ , ହତ୍ୟାକାରୀକୁ ଗିରଫ ଏବଂ କିସିଣ୍ଡା ଅଂଚଳରୁ ଦେଶୀ ମଦ କାରବାରକୁ ସଂପୂର୍ଣ ବନ୍ଦ କରିବାକୁ ଦାବୀ କରିଥିଲେ।

ରେଢାଖୋଲରୁ ଉପଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମେହେର ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀକୁ ବୁଝାସୁଝା ପରେ ପୋଲିସ୍ ସଂଧ୍ୟାରେ ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି।