Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଅସଦାଚରଣ ଘଟଣା, ଜେଲଗଲେ ଅଭିଯୁକ୍ତ

କୁଜଙ୍ଗ: ରାତିଅଧରେ ଘରେ ପଶି ମହିଳା ଓ ଝିଅ ମାନଙ୍କୁ ବଳପୂର୍ବକଭାବେ ଅସଦାଚରଣ କରିବା ଘଟଣାର ଜଣାଶୁଣା ଅସାମାଜିକ ଯୁବକ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ଜଣାଶୁଣା ଅସାମାଜିକ ଯୁବକ ଅଜୟ ପରିଡା ଓରଫ କାହ୍ନୁ ଗତ ୨୩ ତାରିଖ ରାତି ୨ଟାରେ ସେହି ଗ୍ରାମର ପବିତ୍ର ପରିଡାଙ୍କ ଘରେ ପଶିଯାଇ ତାଙ୍କ ବୋହୁ, ଝିଅ ଓ ଭାଣିଜିକୁ ବଳ ପୂର୍ବକଭାବେ ଅସଦାଚରଣ କରିଥିଲେ। ବୋହି ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ଶ୍ୱଶୁର ପବିତ୍ର କାହ୍ନୁକୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅଭିଯୁକ୍ତ ଜଣକ ପବିତ୍ରକୁ ଧକ୍‌କା ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ଏନେଇ ପବିତ୍ର କୁଜଙ୍ଗ ଥାନାରେ ଅଭିଯୋଗ କରିବାପରେ କୁଜଙ୍ଗ ପୋଲିସ ୪୬୪/୨୩ ରେ ମାମଲା ରୁଜୁକରି ତଦନ୍ତ ଯାରି ରଖିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ରାହାମା ଅଂଚଳରେ ଲୁଚିକରି ରହିଥିବାର ମୋବାଇଲ ଟ୍ରାକ କରି କୁଜଙ୍ଗ ପୋଲିସ ଶୁକ୍ରବାର ଦିନ ଗିରଫ କରିଥିଲେ। ଶନିବାରଦିନ ତାକୁ କୋର୍ଟ ଚାଲଣ କରାଯାଇଛି। ଜାମିନି ନାମାଞ୍ଜୁର ହେବାରୁ ସମାଗଳସ୍ଥିତ ବିଚାର ବିଭାଗିୟ ହଜାତକୁ ପଠାଇ ଦିଆଯାଇଥିବାର ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟକି କାହ୍ନୁ ମହିଳା ଓ ଝିଅ ମାନଙ୍କ ପ୍ରତି ପୂର୍ବରୁ ବହୁବାର ଏହିଭଳି ହିନ ବ୍ୟବହାର କରିଥିବାର ଜଣାପଡିଛି। ଯାହାକି ତାର ବାପା ଗ୍ରାମ ବାସିଙ୍କୁ ଭୁଲଭାଲ ମାଗି ଘଟଣାକୁ ସମାଧାନ କରେ। ସୂଚାନ ଯୋଗ୍ୟ ନିକଟରେ କାହ୍ନୁଙ୍କ ଭାଇ ସଂଜୟ ପରିଡା ଲିଫ୍ଟ ଦେବା ବାହାନାର ଜୈନିକା ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏହି ଘଟଣାରେସେ ଗିରଫ ହୋଇ ସେ ଏବେ ଜେଲ୍‌ରେ ବିଚରାଧିନ ବନ୍ଦିଭାବେ ଅଟକ ଥିବା ରଶ୍ମି ରଂଜନ ଦାଶ କହିଛନ୍ତି।

Categories
ଆଞ୍ଚଳିକ

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ,

ପୋଲିସ ସୂଚନା ମୁତାବକ ଧୂଆଁଳ ଗ୍ରାମର କୁଳମଣି ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଗତକାଲି ରାତିରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ପାପା ତାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପାପାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସଙ୍ଗେସଙ୍ଗେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାପା ଓରଫ ସାଜିଦ ଖାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ତେବେ ବାଲୁଗାଁ ଥାନା ଅଞ୍ଚଳରେ ମହିଳାଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା ରହିଛି ଏବଂ ଏପରି କାର୍ଯ୍ୟକଳାପକୁ ଜମାବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଅସଦାଚରଣ ମାମଲା: ୩ ଭାଇ ଦୋଷୀ ସାବ୍ୟସ୍ତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୦ ମସିହା ଜାନୁଆରୀ ୨୨ ତାରିଖରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଅଞ୍ଚଳର ୩ ଭାଇ ବିଜୟ ନାଇକ, ଅଜୟ ନାଇକ ଓ ବିଶିକେଶନ ନାଇକ ଜନୈକା ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ମହିଳାଙ୍କ ତରଫରୁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୨୯୪/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିଥିଲେ ଓ ତଦନ୍ତ ପରେ ଉକ୍ତ ୩ ଭାଇଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ଅଦାଲତ ଜେ ଏମ୍ ଏଫ୍ ସି ଜୁଏଲ ପଟ୍ଟନାୟକ ଉକ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରୀ ଏପିପି ମକଦ୍ଦମା ପରିଚାଳନା କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହିଳାଙ୍କୁ ଅସଦାଚରଣ ଓ ଚୋରୀ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଦୁଇ ଗୋଟି ପୃଥକ ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି। ପ୍ରଥମ ଘଟଣାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚୋରୀ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତିରେ ନାରଣଦେଇପୁର ଗ୍ରାମର ଜନୈକ ମହିଳାଙ୍କ ଘରେ ପଶି ଅମୁଲ୍ୟ ଜେନା (୩୦) ନାମକ ଜଣେ ଯୁବକ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଅମୁଲ୍ୟଙ୍କ ବିରୁଦ୍ଧରେ କେସ ନମ୍ବର ୫୪୪/୨୨ ରେ ଏକ ମାମଲା ରୁଜୁ କରି ଗିରଫ କରିଛି।

ଅନୁରୂପ ଭାବେ ଦୁଇ ଦିନ ତଳେ ନୌଷଦ ମିର୍ଜା (୨୨) ନାମକ ଅଭିଯୁକ୍ତ ଗାଲୁଆ ଗ୍ରାମର ଶଙ୍କର୍ଷଣ ପରିଡ଼ାଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ଲୁଚିକି ଥିଲେ।  ତାଙ୍କ ପତ୍ନୀ ରଜନୀ ପରିଡ଼ା କେହି ଜଣେ ଘରେ ଲୁଚିଥିବାର ଦେଖି ଚିତ୍କାର କରିଥିଲେ।  ସଙ୍ଗେସଙ୍ଗେ ସାହି ପଡିଶାର ଲୋକ ମାନେ ରୁଣ୍ଡ ହୋଇ ଅଭିଯୁକ୍ତ ନୌଷଦକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରବର୍ତ୍ତୀ ସମୟରେ ଘରୁ ୫ ହଜାର ଟଙ୍କା ଚୋରି ହୋଇଥିବାର ରଜନୀ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ପଇସା ଅଭିଯୁକ୍ତ ନୌଷଦଙ୍କ ନିକଟରୁ ପୋଲିସ ଜବତ କରି ରଜନୀଙ୍କୁ ଫେରାଇଥିବା ବେଳେ ତାଙ୍କରି ଅଭିଯୋଗ କ୍ରମେ କେସ ନମ୍ବର ୫୪୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ନୌଷଦ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ପୁର୍ବରୁ ତାଙ୍କ ନାମରେ ମଧ୍ୟ ଏକାଧିକ ଅପରାଧିକ ମାମଲା ଥିବା ବାଣପୁର ପୋଲିସ କହିଛି।