ମହିଳାଙ୍କୁ ଅସଦାଚରଣ ମାମଲା: ୩ ଭାଇ ଦୋଷୀ ସାବ୍ୟସ୍ତ

Published: Jul 28, 2023, 12:00 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୦ ମସିହା ଜାନୁଆରୀ ୨୨ ତାରିଖରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଅଞ୍ଚଳର ୩ ଭାଇ ବିଜୟ ନାଇକ, ଅଜୟ ନାଇକ ଓ ବିଶିକେଶନ ନାଇକ ଜନୈକା ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ମହିଳାଙ୍କ ତରଫରୁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୨୯୪/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିଥିଲେ ଓ ତଦନ୍ତ ପରେ ଉକ୍ତ ୩ ଭାଇଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ଅଦାଲତ ଜେ ଏମ୍ ଏଫ୍ ସି ଜୁଏଲ ପଟ୍ଟନାୟକ ଉକ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରୀ ଏପିପି ମକଦ୍ଦମା ପରିଚାଳନା କରୁଥିଲେ।

Related posts