Categories
ଆଜିର ଖବର ଖେଳ ଜାତୀୟ ଖବର

ମହିଳା ଏସିଆ କପ: ଫାଇନାଲରେ ପହଞ୍ଚିବା ପରେ ଭାରତୀୟ ଅଧିନାୟକ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୨ ରେ ଭାରତୀୟ ଦଳ ସେମିଫାଇନାଲ ମ୍ୟାଚ୍ ଜିତି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଫାଇନାଲ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ। ସେମିଫାଇନାଲରେ ଭାରତୀୟ ମହିଳା ଦଳ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ମ୍ୟାଚ୍ ଜିତିବା ପରେ ମହିଳା ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ରନ୍ ସ୍କୋର କରିବା ଏତେ ସହଜ ନଥିଲା।

ଏ ବିଷୟରେ ସେ କହିଛନ୍ତି ଯେ, “ଆମେ ବହୁତ ଭଲ ବ୍ୟାଟିଂ କରିଥିଲୁ। କିନ୍ତୁ ଥାଇଲ୍ୟାଣ୍ଡ ଦଳ ମଧ୍ୟ ଭଲ ବୋଲିଂ କରିଥିଲା, ସେମାନେ ଆମକୁ ସହଜରେ ରନ୍ ସ୍କୋର କରିବାକୁ ଦେଇନଥିଲେ। ଆମକୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଲା। ମୁଁ ଏବଂ ଜେମିମାଙ୍କ ସହଭାଗିତା ବୋର୍ଡରେ ରନ୍ ପାଇବାରେ ଆମକୁ ବହୁତ ସାହାଯ୍ୟ କଲା।

ସେ ଭାରତୀୟ ଦଳର ବୋଲର ଦୀପ୍ତିଙ୍କୁ ପ୍ରଶଂସା କରିଥିଲେ। ବୋଲିଂ ବିଷୟରେ ସେ କହିଛନ୍ତି ଯେ, ସେ (ଦୀପ୍ତି) ଜଣେ ବୋଲର ଯିଏ ପ୍ରତ୍ୟେକ ପରିସ୍ଥିତିରେ ବୋଲିଂ କରିବାକୁ ପ୍ରସ୍ତୁତ। ଦଳରେ ଏପରି ବୋଲର ରହିବା ସର୍ବଦା ଆତ୍ମବିଶ୍ୱାସ ଦେଇଥାଏ। ଯେତେବେଳେ ଆପଣ ବୋର୍ଡରେ ୧୫୦ରୁ କମ ସ୍କୋର କରନ୍ତି, ସେତେବେଳେ ଏଭଳି ବୋଲର ଦଳକୁ ଆତ୍ମବିଶ୍ୱାସ ଦେଇଥାଏ।

ଏହି ମ୍ୟାଚରେ ଥାଇଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ବୋର୍ଡରେ ୧୪୮ ରନ୍ ସ୍କୋର କରିଥିଲା। ଭାରତୀୟ ଦଳ ପାଇଁ ଶେଫାଲୀ ବର୍ମା ୨୮ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ ଏବଂ ଅଧିନାୟକ ହରମାନପ୍ରୀତ କୌର ୩୦ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ। ଟାର୍ଗେଟକୁ ପିଛା କରି ମହିଳା ଥାଇଲ୍ୟାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୭୪ ରନ୍ କରିପାରିଥିଲା। ଏହି ମ୍ୟାଚ୍‌ରେ ଦୀପ୍ତି ଶର୍ମା ୩, ରାଜେଶ୍ୱରୀ ଗାଇକୱାଡ ୨ଟି ୱିକେଟ୍ ନେଇଥିଲେ। ଏଥି ସହ ସ୍ନେହା ରାଣା, ରେଣୁକା ସିଂ ଏବଂ ଶେଫାଲି ଭର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।