Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି: ନ୍ୟୁଜିଲ୍ୟାଣ୍ଡକୁ ୧୯୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛନ୍ତି। ସେ ମାତ୍ର ୫୧ ବଲ ସମ୍ମୁଖୀନ ହୋଇ ଅପରାଜିତ ୧୧୧ ରନ୍ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଛକା ଅନ୍ତର୍ଭୁକ୍ତ। ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷ ଓଭରରେ ଟିମ ସାଉଥୀ ୩ ୱିକେଟ୍ ନେଇଥିଲେ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଭଲ ଆରମ୍ଭ ହୋଇନଥିଲା। ଓପନର୍ ଋଷଭ ପନ୍ତ ମାତ୍ର ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଶନ ସୂର୍ଯ୍ୟକୁମାର ଯାଦବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଥିଲେ। ଏହା ପରେ ଇଶାନ ୩୧ ବଲରେ ୩୬ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେ ୫ ଟି ଚୌକା ଓ ୧ ଛକା ମାରିଥିଲେ। ଏହା ପରେ ଶ୍ରେୟସ୍ ଆୟର ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ମଧ୍ୟ କିଛି ବିଶେଷ କରି ପାରିନଥିଲେ। ସେ ୧୩ ରନ୍ ସ୍କୋର କରିବା ପରେ ଆୟର୍ ଆଉଟ୍ ହୋଇଥିଲେ।

୧୩ ବଲରେ ୧୩ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ଦୀପକ ହୁଡା ଖାତା ଖୋଲିପାରିନଥିଲେ। ପ୍ରଥମ ବଲରେ ଆଉଟ୍ ହେବା ପରେ ସେ ପାଭିଲିୟନକୁ ଫେରିଥିଲେ। ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସେ ମଧ୍ୟ ଖାତା ଖୋଲିପାରିନଥିଲେ।

ନ୍ୟୁଜିଲ୍ୟାଣ୍ଡ ପାଇଁ ଟିମ୍ ସାଉଦୀ ଭଲ ବୋଲିଂ କରିଥିଲେ। ସେ ୪ ଓଭରରେ ୩୪ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ଇଶ ସୋଦି ଗୋଟିଏ ୱିକେଟ୍ ନେଇଥିଲେ। ସେ ୪ ଓଭରରେ ୩୫ ରନ୍ ଦେଇଥିଲେ।୪ ଓଭରରେ ୪୯ ରନ୍ ଦେଇ ଲକି ଫର୍ଗୁସନ୍ ୨ ଟି ୱିକେଟ୍ ନେଇଥିଲେ।