Categories
ଆଜିର ଖବର ଜାତୀୟ ଖବର

Big Breaking: ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୨୮ ମାଓବାଦୀଙ୍କ ମୃତ୍ୟୁ

Big Breaking: ଛତିଶଗଡରେ ଆଜି ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଅତି କମରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ନାରାୟଣପୁର ଜିଲ୍ଲାର ଦକ୍ଷିଣ ଆବୁଜମାଦ୍ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ନାରାୟଣପୁର ଏବଂ ଦାନ୍ତେୱାଡା ଜିଲ୍ଲାର DRG ଏବଂ STF ର ମିଳିତ ଉଦ୍ୟମରେ ଗୋଭେଲ, ନନ୍ଦୁର ଏବଂ ଥୁଲଥୁଲି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ନେନ୍ଦୁର-ଥୁଲଥୁଲି ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଅତର୍କିତ ଭାବେ ସୁରକ୍ଷା କର୍ମୀ ଗୁଳିଚାଳନା କରିବା ପରେ ସେପଟୁ ପାଲଟା ଆକ୍ରମଣ କରାଯାଇଥିଲା।

ତେବେ ବହୁ ସମୟ ଧରି ଏହି ଏନକାଉଣ୍ଟର ଚାଲିବା ପରେ ମାଓବାଦୀଙ୍କ ପକ୍ଷରୁ କୌଣସି ପ୍ରତି ଆକର୍ମଣ ହୋଇ ନ ଥିଲା। ଫଳରେ ସୁରକ୍ଷା କର୍ମୀମାନେ ମାଓବାଦୀଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି। ଏହା ବ୍ୟତୀତ ଏକେ-୪୭ ଏବଂ ସେଲ୍ଫ ଲୋଡିଂ ରାଇଫଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।