Categories
ଆଜିର ଖବର ରାଜ୍ୟ ଖବର

ଅରୁଚିକର ମନ୍ତବ୍ୟ ଲାଗି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡଃ. ସମ୍ବିତ ପାତ୍ରଙ୍କ  ବିରୋଧରେ ମାନହାନି ମୋକଦ୍ଦମା ଦାୟର ହୋଇଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସମ୍ବିତଙ୍କ ନାମରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ପରୀ ଘଟଣାରେ ସମ୍ବିତ ଅରୁଚିକର ଆରୋପ ଲଗାଇଥିବାରୁ ପ୍ରତିବାଦ ସ୍ୱରୂପ ମୋକିମ ମାନହାନି ମୋକଦ୍ଦମା ଦାୟର କରିଛନ୍ତି।

ସୂଚନା ଯୋଗ୍ୟ ଯେ, ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ. ସମ୍ବିତ ପାତ୍ର କଂଗ୍ରେସର ନଅ ଜଣ ବିଧାୟକ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ। ତେଣୁ ଏହାକୁ ପ୍ରତିବାଦ କରିବା ସହ ସମ୍ବିତଙ୍କ ବିରୋଧରେ ବିଧାୟକ ମହମ୍ମଦ ମୋକିମ ଏକ ଓକିଲ ନୋଟିସ୍ ଜାରିକରିଥିଲେ।

ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ଆତ୍ମସମ୍ମାନରେ କ୍ଷତି ଘଟିଛି। ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ। କିନ୍ତୁ ଏହି ଘଟଣାରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିନାହାନ୍ତି। ଶେଷରେ ବିଧାୟକ ମୋକିମ୍ ଏସଡିଜେଏମ୍ କୋର୍ଟରେ ସମ୍ବିତଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି।