Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭଣଜା ସାଜିଲା ମାମୁଁର ହତ୍ୟାକାରୀ!: ଚିକିତ୍ସା ପାଇଁ ପଇସା ସରିଯିବାରୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

ଚାନ୍ଦପୁର: ନିଜ ମାମୁଁକୁ ହତ୍ୟା କରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଭଣଜା ଉପରେ ହୋଇଛି। ଭିନ୍ନକ୍ଷମ ମାମୁଁଙ୍କୁ ଭଣଜା ହତ୍ୟାକରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ୍ ଅଭିଯୁକ୍ତ ଭଣଜା ଓ ତାଙ୍କ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତ ଭଣଜା ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଗ୍ରାମର ନବ କିଶୋର ପ୍ରଧାନ। ପେଶାରେ ସେ ଫଳ ବ୍ୟବସାୟୀ। ନବ କିଶୋର ସହ ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ପୋଲିସ୍ ଗିରଫ କରିଛି।

ସୂଚନାଥାଉକି ଗତ କାଲି ସକାଳ ୭ ଟା ସମୟରେ ଟାଙ୍ଗୀ ରେଂଜ୍ ପଟିଆ ସେକ୍ସନ କୁଶପଲା ଜଙ୍ଗଲ ନିକଟରୁ ଏକ ଅଜଣା ଶବ ମିଳିଥିଲା। ଲୋକେ ଖବର ଦେଵା ପରେ ଚାନ୍ଦପୁର ପୋଲିସ୍ ଶବ ଜବତ କରି ଅଜଣା ଶବକୁ ଠାବ କରିଥିଲା। ଏହାପରେ ମୃତ ବ୍ୟକ୍ତିଙ୍କ ଠିକଣା ପୋଲିସ୍ ପାଇଥିଲା। ସେହି ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ହରିକୁଣ୍ଡବରଡି ଗ୍ରାମର ବ୍ରଜ କିଶୋର ବିଶ୍ୱାଳ (୫୫ )। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ।

ତେବେ ବ୍ରଜଙ୍କ ଭଣଜା ଶିବ ନିଜ ମାମୁଁଙ୍କୁ ମାରି ଜଙ୍ଗଲ ମଧ୍ୟରେ ଫୋପାଡିଦେଇଥିଲେ।  ଚାନ୍ଦପୁର ପୋଲିସ ପାଇଁ ଶବ ଚି଼ହ୍ନଟ ଓ ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜର ବିଷୟ ପାଲଟିଥିବାବେଳେ ଆଇଆଇସି ରଶ୍ମିରଞ୍ଜନ ଦାସ ନିଜେ ଘଟଣାର ତଦନ୍ତ ଭାର ନେଇଥିଲେ। ଏବଂ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ। ତେବେ ମୃତକଙ୍କ ଭାଇଙ୍କୁ ପୋଲିସ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ସେ କିମ୍ବା ତାଙ୍କ ସମ୍ପର୍କୀୟ ବ୍ରଜଙ୍କ ଶବକୁ ନେବା ପାଇଁ ଅମଙ୍ଗ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ଆଇଆଇସି ନିଜେ ଶବସତ୍କାର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି।

ତତସହିତ ତଦନ୍ତରେ ସହଯୋଗ କରିଥିବାରୁ ଚାନ୍ଦପୁର ଏବଂ ପଟିଆ ଅଞ୍ଚଳବାସିଙ୍କୁ ଆଇଆଇସି ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଜଣକ ପୋଲିସ ସାମ୍ନାରେ ଅଜବ ବୟାନ ଦେଇଛି। ମାମୁଁଙ୍କ ଚିକିତ୍ସା ପାଇଁ ସେ ୬୦ ହଜାର ଟଙ୍କା ରଖିଥିଲେ। କିନ୍ତୁ ଚିକିତ୍ସା ପାଇଁ ରଖିଥିବା ସମସ୍ତ ପଇସା ଶେଷ ହୋଇଯିବାରୁ ମାମୁଁଙ୍କୁ ମାରି ଫୋପାଡିଦେଇଥିବା ଅଭିଯୁକ୍ତ ଭଣଜାଜଣକ କହିଛି। ସେହିପରି ଭାବେ ଉକ୍ତ ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାର ପୋଲିସ ସନ୍ଦେହ କରୁଛି।

ତେବେ ତଦନ୍ତ କ୍ଷିପ୍ର ଗତିରେ ଚାଲିଥିବାର ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ କେସ ନମ୍ବର ୧୬୬/୨୧ ରେ ଏକ ମାମଲା ରୁଜୁହେବା ସହ ଗିରଫ ଅଭିଯୁକ୍ତଦ୍ବୟଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି।