Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତକୁ ଚେତାବନୀ ଦେଲେ ମାଲଦ୍ୱୀପ ରାଷ୍ଟ୍ରପତି: ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସେନା ପ୍ରତ୍ୟାହାର ପାଇଁ କଲେ ଦାବି

ନୂଆଦିଲ୍ଲୀ: ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଉଠାଇଛନ୍ତି। ପିଟିଆଇ ଖବର ଅନୁଯାୟୀ ମହମ୍ମଦ ମୁଇଜୁ ମାଲଦ୍ୱୀପରୁ ନିଜର ସାମରିକ ବାହିନୀ ପ୍ରତ୍ୟାହାର କରିବାକୁ ଭାରତ ଆଗରେ ଦାବି ଦୋହରାଇଛନ୍ତି। ଏହା ସହିତ ସେ ଭାରତକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏକ ଅଲ୍ଟିମେଟମ୍ ଦେଇଛନ୍ତି।

ଏହାପୂର୍ବରୁ ଦୁଇ ମାସ ପୂର୍ବେ ଭାରତୀୟ ସୈନ୍ୟଙ୍କୁ ହଟାଇବାକୁ ମାଲଦ୍ୱୀପ ଦାବି କରିଥିଲା। ଯଦି ସରକାରୀ ଆକଳନକୁ ବିଶ୍ୱାସ କରାଯାଏ, ତେବେ ମାଲଦ୍ୱୀପରେ ୮୮ ଜଣ ଭାରତୀୟ ସୈନିକ ଅଛନ୍ତି।