Categories
ଆଜିର ଖବର ଜାତୀୟ ଖବର

ରେଳବାଇର କରୋନା କଟକଣା, ଯାତ୍ରୀମାନଙ୍କୁ ମାସ୍କ ଲଗାଇବା ହେଲା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରେଳ ଯାତ୍ରା ସମୟରେ କରୋନା କଟକଣାକୁ ପୁଣିଥରେ କଡାକଡି କରାଯାଉଛି। କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ରେଳ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀରଜ ଶର୍ମା ସମସ୍ତ ଜୋନର ମୁଖ୍ୟ ବାଣିଜ୍ୟ ପରିଚାଳକ (ସିସିଏମ୍) କୁ ଏକ ଚିଠି ପଠାଇ ବୋର୍ଡର ନିର୍ଦ୍ଦେଶନାମା ଦେଇଛନ୍ତି। ଟ୍ରେନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଚିଠିରେ କୁହାଯାଇଛି। ଏଥିରେ କୋଭିଡ୍ ପ୍ରୋଟୋକଲ୍ କୁ ଅନୁସରଣ କରିବାକୁ କୁହାଯାଇଛି।

ରେଳବାଇ କହିଛି ଯେ, ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା SOP ଅନୁସରଣ କରାଯିବା ଉଚିତ। କେବଳ ଏତିକି ନୁହେଁ, ଯଦି ଯାତ୍ରୀମାନେ ମାସ୍କ ବିନା ଯାତ୍ରା କରୁଥିବା ଦେଖିବାକୁ ମିଳେ, ତେବେ ଏପରି ଯାତ୍ରୀଙ୍କୁ ଜରିମାନା ଲାଗିପାରେ। ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି।