Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର

ମା ଲକ୍ଷ୍ମୀଙ୍କ ବେଶ ଧାରଣ କଲେ ମା କଟକ ଚଣ୍ଡି

କଟକ: ଆଜି ମା କଟକ ଚଣ୍ଡି ମା ଲକ୍ଷ୍ମୀଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ନବରାତ୍ର ପୂଜାରେ ମା କଟକ ଚଣ୍ଡି ପ୍ରତ୍ୟେକ ଦିନ ବିଭିିନ୍ନ ଦେବୀଙ୍କ ରୂପ ଧାରଣ କରିଥାନ୍ତି। ସେହି ଅନୁସାରେ ମା ମହାନବମୀରେ ମା ଲକ୍ଷ୍ମୀଙ୍କ ବେଶ ଧାରଣ କରିଥିଲେ। ଏହି ବେଶ ଦେଖିବା ପାଇଁ ତଥା ଆର୍ଶିବାଦ ପ୍ରାପ୍ତ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ମା କଟକ ଚଣ୍ଡି ହେଉଛନ୍ତି ଓଡିଶାର ପ୍ରସିଦ୍ଧ ଅନ୍ୟତମ ଶକ୍ତି ପୀଠ। ଏହି ପୀଠରେ ଷୋଢଷ ଉପାଚାର ପୂଜା କରାଯାଇଥାଏ। ସାଧାରଣତଃ ଦୁର୍ଗାପୂଜା ବେଳେ ମା କଟକ ଚଣ୍ଡିଙ୍କ ବିଭିନ୍ନ ବେଶ ଦେଖିବା ପାଇଁ ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି।